ଉଦ୍ଧବ ଠାକରେ ସରକାରଙ୍କ ଉପରେ ଏକ ବଡ଼ ସଙ୍କଟ ! ଆତ୍ମଗୋପନରେ ଶିବସେନାର 12 ବିଧାୟକ
ମହାରାଷ୍ଟ୍ରର ବିଧାନ ପରିଷଦ ନିର୍ବାଚନରେ ଯେଉଁଭଳି କ୍ରସ୍ ଭୋଟିଂ ହୋଇଥିଲା, ତାହା ଶିବସେନାର ଚିନ୍ତା ବଢାଇ ଦେଇଛି । ଏହା ରାଜ୍ୟରେ ମହାବିକାଶ ଆଘାଡି ସରକାରଙ୍କ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି ।
ମୁମ୍ବାଇ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେ ରାଜ୍ୟରେ ଶିବସେନାର ଅସୁବିଧା ବଢାଇ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଦଳର 11 ଜଣ ବିଧାୟକଙ୍କ ସହ ସେ ଆତ୍ମଗୋପନରେ ଅଛନ୍ତି । ଗୁଜରାଟର ସୁରଟରେ କୌଣସି ଏକ ହୋଟେଲରେ ଥିବା କୁହାଯାଉଛି । ଏପରିକି ପାର୍ଟି ସହ କୌଣସି ସମ୍ପର୍କ ହୋଇ ପାରୁନାହିଁ । ଏକନାଥ ସିନ୍ଦେ ଏବଂ ଅନ୍ୟ ଦଳର ବିଧାୟକମାନେ ଯେଉଁଭଳି ଭାବରେ ନିଜକୁ ଲୁଚାଇ ରଖିଛନ୍ତି ତାହା ଉଦ୍ଧବ ଠାକରେ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ଏକନାଥ ସିନ୍ଦେ ପାର୍ଟିରେ ଖୁସି ନୁହଁନ୍ତି । ପାଲଘର ବିଧାୟକ ଶ୍ରୀନିବାସ ବାଙ୍ଗା, ମହେନ୍ଦ୍ର ଦଲଭି, ଶାନ୍ତାରାମ ମଧ୍ୟ ପାର୍ଟି ସହ କୌଣସି ସମ୍ପର୍କ କରୁ ନାହାଁନ୍ତି । ଏଥିସହ ଶିବସେନାର 12 ଜଣ ବିଧାୟକଙ୍କ ବ୍ୟତୀତ ସୁରଟ ହୋଟେଲରେ 5 ଜଣ ସ୍ୱାଧୀନ ବିଧାୟକ ମଧ୍ୟ ଅଛନ୍ତି ବୋଲି ବିଜେପି ଦାବି କରିଛି ।
ଏଥି ମଧ୍ୟରୁ ଉଦ୍ଧବ ସରକାର ବାହାରି ନଥିବା ବେଳେ ଅନେକ ବିଧାୟକଙ୍କ ସହ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ ନିଖୋଜ ହୋଇଯାଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ସିନ୍ଦେଙ୍କ ସହ ପ୍ରାୟ 20 ଜଣ ବିଧାୟକ ଅଛନ୍ତି ଏବଂ ସିନ୍ଦେ ଆଜି ଅପରାହ୍ନ 2 ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିପାରନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ 12 ଟା ସମୟରେ ମିଳିତ ମଞ୍ଚର ବୈଠକ ଡାକିଛନ୍ତି । ଏଥି ସହ କଂଗ୍ରେସ ବିଧାୟକମାନଙ୍କୁ ଦିଲ୍ଲୀ ଡାକିଛି ।
ଶିବସେନାର ବିଧାୟକଙ୍କ ବିଷୟରେ କହିବାକୁ ଗଲେ ମୋଟ ଆନୁମାନିକ ଭୋଟ୍ 64, କିନ୍ତୁ ଦଳ ସପକ୍ଷରେ କେବଳ 55 ଭୋଟ୍ ଦିଆଯାଇଥିଲା । ନିକଟରେ ଶିବସେନାର ଜଣେ ବିଧାୟକଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ, କିଛି ଛୋଟ ଦଳ ଏବଂ ସ୍ୱାଧୀନ ବିଧାୟକମାନେ ଶିବସେନାକୁ ସମର୍ଥନ କରୁଥିଲେ । ଅନ୍ୟପକ୍ଷରେ, ଶିବସେନାର ମାତ୍ର 52 ଜଣ ବିଧାୟକ ଦଳ ସପକ୍ଷରେ ଭୋଟ୍ ଦେଇଛନ୍ତି, ଏଭଳି ପରିସ୍ଥିତିରେ 12 ଭୋଟରୁ କମ୍ ଭୋଟ୍ ହେତୁ ଦଳ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି ଏବଂ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଛି ।
ମହାରାଷ୍ଟ୍ର ନିର୍ବାଚନରେ ଶିବସେନା ଏବଂ ଏନ୍ସିପି 2ଟି ଲେଖାଏଁ ଆସନ ହାତେଇଥିବା ବେଳେ 5ଟି ଆସନ ଜିତିଥିଲା ଭାରତୀୟ ଜନତା ପାର୍ଟି। ବିଜେପିର ବିଧାୟକ ସଂଖ୍ୟା କମ୍ ରହିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ବିଜୟ କ୍ରସ ଭୋଟିଂ ବଳରେ ହୋଇଛି ବୋଲି ଆକଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶିବସେନା ବିଧାୟକମାନେ ଦଳବଦ୍ଧ ଭାବେ ଆତ୍ମଗୋପନ କରିବା ରାଜନୈତିକ ହଟଚମଟ ସୃଷ୍ଟି କରିଛି ।
ମହାରାଷ୍ଟ୍ର ବିଧାନସଭାରେ ବିଜେପିର ସମୁଦାୟ 106 ଜଣ ବିଧାୟକ ରହିଥିବା ବେଳେ ଅବଶିଷ୍ଟାଂଶ ଭୋଟ୍ ସ୍ୱାଧୀନ ବିଧାୟକ କିମ୍ବା ଅନ୍ୟ ଦଳର ବିଧାୟକଙ୍କଠାରୁ ମିଳିଛି ବୋଲି ଅନୁମାନ କରାଯାଉଛି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୬୦ ଟଙ୍କା ବଢ଼ିଲା












Click it and Unblock the Notifications