Get Updates
Get notified of breaking news, exclusive insights, and must-see stories!

ପଞ୍ଜାବ ଅମୃତସରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଗିରଫ

ପଞ୍ଜାବ ଅମୃତସରରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଅମୃତସରର ଗୋପାଳ ମନ୍ଦିର ବାହାରେ ଦିନବେଳା ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଗୁଳି କରି ହତ୍ୟା କରିଛି ।

ଅମୃତସର : ପଞ୍ଜାବ ଅମୃତସରରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଅମୃତସରର ଗୋପାଳ ମନ୍ଦିର ବାହାରେ ଦିନବେଳା ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଗୁଳି କରି ହତ୍ୟା କରିଛି ।

ଦୁଇଟି ଗୁଳି ବାଜିବା ପରେ ସୁଧୀର ସୁରୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

shiv sena leader

ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚିଥିଲା । ପୋଲିସ ଟିମ୍ ଆକ୍ରମଣକାରୀଙ୍କୁ ଖୋଜିବା ଆରମ୍ଭ କରିଥିଲା । ଘଟଣାସ୍ଥଳରେ ପହଞ୍ଚିଥିବା ଜଣେ ପୋଲିସ ଅଧିକାରୀ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ନେତାଙ୍କ କାରକୁ ଇଟା ଓ ପଥରରେ ଆକ୍ରମଣ କରାଯାଇଥିଲା । ସେମାନଙ୍କୁ (ଶିବସେନାର ନେତା) ଗୁଳି କରାଯାଇଥିଲା । ସେ କହିଛନ୍ତି ଯେ ଆମେ ଘଟଣାସ୍ଥଳରେ ଅଛୁ ଏବଂ ବରିଷ୍ଠ ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବେ ।

ଅମୃତସର ସି.ପି. ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆନ୍ଦୋଳନ ସମୟରେ ଅମୃତସରର ଗୋପାଳ ମନ୍ଦିର ବାହାରେ ସୁଧୀର ସୁରୀଙ୍କୁ ଗୁଳି କରାଯାଇଛି । ସେ ଗୁଳିରେ ଆଘାତ ପାଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ପ୍ରାଣ ହରାଇଛନ୍ତି । ଅଭିଯୁକ୍ତକୁ ଗିରଫ କରିବା ସହ ତା ନିକଟରୁ ମାରଣାସ୍ତ୍ର ଜବତ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+