ସୁପ୍ରିମକୋର୍ଟରେ ଶିବସେନା ନାମ ଏବଂ ଚିହ୍ନ ଲଢେଇ, ECI ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ ଠାକରେ ଦଳ
ଶିବସେନାଙ୍କ ନାମ ଏବଂ ଚିହ୍ନ ଏକନାଥ ସିନ୍ଦେ ଦଳକୁ ମିଳିବା ପରେ ନିର୍ବାଚନ ଆୟୋଗଙ୍କ ଆଦେଶ ଉପରେ ସ୍ଥଗିତ ରଖିବାକୁ ଉଦ୍ଧବ ଠାକରେ ଦଳ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ।

ମୁମ୍ବାଇ: ଶିବସେନାର ନାଁ ଓ ଚିହ୍ନକୁ ନେଇ ଲାଗି ରହିଛି ବିବାଦ । ଶିବସେନାର ଚିହ୍ନ ଓ ନାଁ କୁ ନେଇ ଉଦ୍ଧବ ଗୋଷ୍ଠୀ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ବାରମ୍ବାର ବିବାଦ ଲାଗି ରହିଛି । ଏଥି ମଧ୍ୟରେ ନିର୍ବାଚନ ଆୟୋଗ ଶିବସେନାର ଚିହ୍ନ ଓ ନାଁ କୁ ସିନ୍ଦେ ଗୋଷ୍ଠୀ ବ୍ୟବହାର କରିବାକୁ ନିଷ୍ପତ୍ତି ଶୁଣାଇଛନ୍ତି । ତଥାପି ଏହା ପରେ ଏହାକୁ ନେଇ ଥିବା ବାଦ ବିବାଦ ଥମିନାହିଁ । ଏହା ପରେ ବର୍ତ୍ତମାନ ଏହି ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି ।
ନିର୍ବାଚନ ଆୟୋଗର ଏହି ନିଷ୍ପତ୍ତି ପରେ ଏବେ ଉଦ୍ଧବ ଠାକରେ ଦଳ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଶିବସେନାଙ୍କ ନାମ ଏବଂ ଚିହ୍ନ ଏକନାଥ ସିନ୍ଦେ ଦଳକୁ ମିଳିବା ପରେ ନିର୍ବାଚନ ଆୟୋଗଙ୍କ ଆଦେଶ ଉପରେ ସ୍ଥଗିତ ରଖିବାକୁ ଉଦ୍ଧବ ଠାକରେ ଦଳ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ । ନିର୍ବାଚନ ଆୟୋଗଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଅନଲାଇନ୍ ଆବେଦନ କରାଯିବ ଏବଂ ଫେବୃଆରୀ 20 ରେ ଏକ ଜରୁରୀ ଶୁଣାଣି କରିବାକୁ ଦାବି କରାଯିବ ।
କେବଳ ଏତିକି ନୁହେଁ, ଉଦ୍ଧବ ଦଳ ଏହାକୁ ତ୍ରୁଟିପୂର୍ଣ୍ଣ ବୋଲି କହି ନିର୍ବାଚନ ଆୟୋଗଙ୍କ ଆଦେଶ ଉପରେ ରହିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉଦ୍ଧବ ଠାକରେ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଥିବା ବରିଷ୍ଠ ଓକିଲ କପିଲ ସିବଲଙ୍କ କହିବାନୁସାରେ, ଏହି ଆଦେଶରେ ଆଇନଗତ ତ୍ରୁଟି ଆଧାରରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯିବ । ଉଦ୍ଧବ ଠାକରେଙ୍କ ଦଳ ଅନୁଯାୟୀ, ନିର୍ବାଚନ ଆୟୋଗ ତାଙ୍କ ଆଦେଶରେ କହିଛନ୍ତି ଯେ ଶିବସେନାର ସମ୍ବିଧାନରେ ସଂଶୋଧନ ଅଗଣତାନ୍ତ୍ରିକ, ଯାହା ଭୁଲ ଅଟେ ।












Click it and Unblock the Notifications