ଅଯୋଧ୍ୟାରେ ପହଞ୍ଚିଲା ରାମ ମନ୍ଦିର ନିର୍ମାଣ ପାଇଁ ନେପାଳରୁ ଆସିଥିବା ଶାଳଗ୍ରାମ ପଥର
ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । କୁହାଯାଉଛି ଯେ ଚଳିତ ବର୍ଷ ସୁଦ୍ଧା ରାମ ମନ୍ଦିର ପ୍ରସ୍ତୁତ ହୋଇଯିବ । ଏହି ସମୟରେ ନେପାଳରୁ ଦୁଇଟି ଶାଳଗ୍ରାମ ପଥର ଗୁରୁବାର ଦିନ ଅଯୋଧ୍ୟାରେ ପହଞ୍ଚିଛି ।

ଅଯୋଧ୍ୟା: ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । କୁହାଯାଉଛି ଯେ ଚଳିତ ବର୍ଷ ସୁଦ୍ଧା ରାମ ମନ୍ଦିର ପ୍ରସ୍ତୁତ ହୋଇଯିବ । ଏହି ସମୟରେ ନେପାଳରୁ ଦୁଇଟି ଶାଳଗ୍ରାମ ପଥର ଗୁରୁବାର ଦିନ ଅଯୋଧ୍ୟାରେ ପହଞ୍ଚିଛି । ପୁରୋହିତ ଏବଂ ସ୍ଥାନୀୟ ଲୋକମାନେ ପ୍ରଭୁ ରାମଙ୍କ ଜନ୍ମସ୍ଥାନରେ ପବିତ୍ର ପଥରକୁ ସ୍ୱାଗତ କରିଥିଲେ । ଶାଳଗ୍ରାମ ପଥରକୁ ଫୁଲମାଳାରେ ସଜ୍ଜା ଯାଇଥିଲା । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟକୁ ହସ୍ତାନ୍ତର କରିବା ପୂର୍ବରୁ ରୀତିନୀତି କରାଯାଇଥିଲା ।
ରାମ ଏବଂ ଜାନକୀଙ୍କ ମୂର୍ତ୍ତି ତିଆରି ପାଇଁ ଏହି ଶାଳଗ୍ରାମ ପଥର ବ୍ୟବହାର କରାଯିବ । ନିର୍ମାଣାଧୀନ ରାମ ମନ୍ଦିରର ମୁଖ୍ୟ ମନ୍ଦିର ପରିସରରେ ଶାଳଗ୍ରାମ ରଖାଯିବ । ଶାଳଗ୍ରାମ ବୁଧବାର ଗୋରଖପୁରରେ ପହଞ୍ଚିବା ପରେ ପୂଜାପାଠ ପାଇଁ ଭକ୍ତଙ୍କ ପାଇଁ ଖୋଲା ଯାଇଥିଲା ।
ଗଣମାଧ୍ୟମକୁ 'ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍'ର ସାଧାରଣ ସଚିବ ଚମ୍ପତ ରାୟ କହିଛନ୍ତି, ନେପାଳରେ କାଳୀ ଗଣ୍ଡକୀ ନାମକ ଏକ ଜଳପ୍ରପାତ ଅଛି । ଗଣ୍ଡକୀସ୍ଥିତ ଗଣେଶ୍ୱର ଧାମର ଉତ୍ତରକୁ ପ୍ରାୟ 85 କିଲୋମିଟର୍ ଦୂର ଦାମୋଦର କୁଣ୍ଡରୁ ଏହାର ସୃଷ୍ଟି । ଦୁଇଟିଯାକ ଶିଳାଖଣ୍ଡ ସେଠାରୁ ଅଣାଯାଇଛି । ସେ ସ୍ଥାନଟି ସମୁଦ୍ର ପତ୍ତନଠାରୁ 6000 ଫୁଟ୍ ଉଚ୍ଚରେ ଅବସ୍ଥିତ । ଏହି ଦୁଇ ପଥର ସେଠାରୁ ଅଣାଯାଇଛି । ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ ଏହା କୋଟି ବର୍ଷ ପୁରୁଣା । ଦୁଇଟି ପଥର ଓଜନ ପ୍ରାୟ 30 ଟନ୍ ଏବଂ 14-15 ଟନ୍ ।












Click it and Unblock the Notifications