Get Updates
Get notified of breaking news, exclusive insights, and must-see stories!

ବିବାହ ସମାରୋହରେ ଦୁର୍ଘଟଣା, କୂଅରେ ପଡ଼ି 13 ଜଣ ମହିଳା ଓ ଶିଶୁଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର କୁସୀନଗରରେ ଏକ ଦୁର୍ଘଟଣାରେ 13 ଜଣ ମହିଳା ଓ ଶିଶୁଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାର ନୌରାଙ୍ଗିଆ ଗାଁର ଏକ ଘରେ ବିବାହ ସମାରୋହରେ ଏହି ଦୁର୍ଘଟଣା ହୋଇଛି ।

ଲକ୍ଷ୍ନୌ : ବୁଧବାର ରାତିରେ ଉତ୍ତରପ୍ରଦେଶର କୁସୀନଗରରେ ଏକ ଦୁର୍ଘଟଣାରେ 13 ଜଣ ମହିଳା ଓ ଶିଶୁଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାର ନୌରାଙ୍ଗିଆ ଗାଁର ଏକ ଘରେ ବିବାହ ସମାରୋହରେ ଏହି ଦୁର୍ଘଟଣା ହୋଇଥିଲା, ଯେତେବେଳେ ଏକତ୍ରିତ ହୋଇଥିବା ମହିଳାମାନେ ରୀତିନୀତି ସମ୍ପର୍ଣ୍ଣ କରିବା ସମୟରେ କୂଅରେ ପଡ଼ିଯାଇଥିଲେ । 13 ଜଣ ବାଳିକା ଓ ମହିଳାଙ୍କ ମୃତଦେହ କୂଅରୁ ବାହାର କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

kushinagar

କୁସୀନଗର ପୋଲିସ ଅନୁସାରେ, କୂଅ ପୂଜା କରିବାର ରୀତିନୀତି ପାଇଁ ବୁଧବାର ରାତି ପ୍ରାୟ 9 ଟା ସମୟରେ ନୌରାଙ୍ଗିଆ ଗାଁର ମହିଳାମାନେ ଏକାଠି ହୋଇଥିଲେ । ଏହି ସମୟରେ, ସେଠାରେ ଥିବା ମହିଳା ଓ ଶିଶୁମାନେ କୂଅରେ ପଡ଼ିଯାଇଥିଲେ । କୂଅରେ ପାଣି ଥିବାରୁ ମହିଳାମାନେ କୂଅରେ ବୁଡ଼ି ଯାଇଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଗାଁର ଲୋକଙ୍କ ସାହାଯ୍ୟରେ ମୃତଦେହକୁ କୂଅରୁ ବାହାର କରିଥିଲା । ଜିଲ୍ଲାର ଅଧିକାରୀମାନେ 13 ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି । ଏଥିସହିତ 18 ରୁ 20 ଜଣ ମହିଳା ଆହତ ହୋଇଥିବା କୁହାଯାଉଛି ।

ଏହି ଦୁର୍ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଟ୍ୱିଟରେ କୁହାଯାଇଛି - କୁସୀନଗର ନେବୁଆ ନୌରାଙ୍ଗିଆ ପୋଲିସ ଷ୍ଟେସନ ଅଞ୍ଚଳରେ କୂଅରେ ଖସି ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସିଏମ ଯୋଗୀ ଆଦିତ୍ୟନାଥଙ୍କ ଗଭୀର ସମବେଦନା ଜଣାଇଛନ୍ତି । ତୁରନ୍ତ ଉଦ୍ଧାର ଓ ରିଲିଫ ଅପରେସନ୍ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+