ମୁମ୍ବାଇ ଗୋରେଗାଓଁରେ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, 7 ମୃତ, ଅନେକ ଆହତ
ମୁମ୍ବାଇ: ଗୋରେଗାଓଁରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି । ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ଫଳରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତ 46 ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 30 ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।
ଅଗ୍ନିକାଣ୍ଡରେ 4 ଟି କାର୍ ଓ 30 ଟି ବାଇକ୍ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଆଜି ସକାଳ ପ୍ରାୟ 3 ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।

ଏହି କୋଠାଟି ଗୋରେଗାଓଁ ପଶ୍ଚିମ MG ରୋଡ ନିକଟରେ ଅବସ୍ଥିତ । ବିଲ୍ଡିଂର ନାଁ ଜୟ ସନ୍ଦେଶ ବିଲଡିଂ । ଅଗ୍ନିକାଣ୍ଡର ଖବର ପାଇବା ପରେ ମୁମ୍ବାଇ ପୋଲିସ ଟିମ୍ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପାଞ୍ଚ ମହଲା ବିଶିଷ୍ଟ କୋଠାଟି ସମ୍ପୂର୍ଣ୍ଣ ଜଳି ଯାଇଛି ।
ବିଏମସିର ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ ତଳ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଠାରେ ଗାଡି ପାର୍କିଂ କରାଯାଇଥିଲା । ଫଲରେ ଲୋକମାନେ ବିଭିନ୍ନ ମହଲାରେ ଫସି ରହିଥିଲେ । ଦୁର୍ଘଟଣା ପରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ । ଏହି ଦୁର୍ଘଟଣାରେ ମୋଟ 46 ଜଣ ଆହତ ହୋଇଛନ୍ତି, ସେଥିମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 39 ଜଣ HBT ଏବଂ କପୁର୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ 2ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।












Click it and Unblock the Notifications