ଟିକା ପାର୍ଶ୍ୱ ପ୍ରତିକ୍ରିୟା ଦାବି କରୁଥିବା ସ୍ୱେଚ୍ଛାସେବୀଙ୍କ ଠାରୁ 100 କୋଟି ଟଙ୍କା କ୍ଷତିପୂରଣ ଦାବି କରିବ ସେରମ୍ ଇନଷ୍ଟିଚ୍ୟୁଟ୍
ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକାର ପରୀକ୍ଷଣ ସମୟରେ ଚେନ୍ନାଇର ଜଣେ 40 ବର୍ଷୀୟ ବ୍ୟକ୍ତି ଭାଗ ନେଇଥିଲେ | ଏହି ଟିକା ନେବା ପରେ ତାଙ୍କ ଶରୀରରେ ସ୍ନାୟୁଗତ ଦୁର୍ବଳତା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି ବୋଲି ଅଭିଯୋଗ କରିଛନ୍ତି | ସେ 5କୋଟି ଟଙ୍କାର କ୍ଷତିପୂରଣ ସହ ଟିକା ପରୀକ୍ଷଣକୁ ବନ୍ଦ କରିବାକୁ ଦାବି କରିଛନ୍ତି |
ନୂଆଦିଲ୍ଲୀ : ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅଣ୍ଡିଆର କୋଭିଡ-19 ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ହେଉଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ 100 କୋଟି ଟଙ୍କାର କ୍ଷତିପୂରଣ ଦାବି କରିପାରେ | ରବିବାର ସେରମ୍ ଇନଷ୍ଟିଚ୍ୟୁଟ୍ ପାର୍ଶ୍ୱ ପ୍ରତିକ୍ରିୟା ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛି |
ସୂଚନାଯୋଗ୍ୟ, ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକାର ପରୀକ୍ଷଣ ସମୟରେ ଚେନ୍ନାଇର ଜଣେ 40 ବର୍ଷୀୟ ବ୍ୟକ୍ତି ଭାଗ ନେଇଥିଲେ | ଏହି ଟିକା ନେବା ପରେ ତାଙ୍କ ଶରୀରରେ ସ୍ନାୟୁଗତ ଦୁର୍ବଳତା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି ବୋଲି ଅଭିଯୋଗ କରିଛନ୍ତି | ସେ 5କୋଟି ଟଙ୍କାର କ୍ଷତିପୂରଣ ସହ ଟିକା ପରୀକ୍ଷଣକୁ ବନ୍ଦ କରିବାକୁ ଦାବି କରିଛନ୍ତି |

ପ୍ରତିକାତ୍ମକ ଚିତ୍ର
ସ୍ୱେଚ୍ଛାସେବୀ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କୋଭିଡ୍-19 ଟିକାକୁ ଦାୟୀ କରିବା ସମ୍ପୂର୍ଣ୍ଣ ଭିତ୍ତିହୀନ | ଏପରି ପ୍ରଚାର କରିବା ପଛରେ ତାଙ୍କର ଅର୍ଥ ହାସଲ କରିବାର ଲକ୍ଷ୍ୟ ରହିଛି | ତେଣୁ ସେରମ୍ ଇନଷ୍ଟିଚ୍ୟୁଟ୍ ର ମାନହାନୀ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ସେରମ୍ 100 କୋଟି ଟଙ୍କାର କ୍ଷତିପୂରଣ ଦାବି କରିବ ବୋଲି ସେରମ୍ ପକ୍ଷରୁ କୁହାଯାଇଛି |
ପୁନେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରା ଜେନେକା ସହିତ କୋଭିଡ -19 ଟିକା 'କୋଭିଡଶିଲ୍ଡ' ଟିକା ପ୍ରସ୍ତୁତ କରୁଛନ୍ତି |












Click it and Unblock the Notifications