ଜାମ୍ମୁ ନରୱାଲର ଦୁଇଟି ସ୍ଥାନରେ ବିସ୍ଫୋରଣ, 6 ଜଣ ଆହତ
ଶନିବାର ଜାମ୍ମୁର ନରୱାଲ ଅଞ୍ଚଳରେ ଦୁଇଟି ସ୍ଥାନରେ ବିସ୍ଫୋରଣ ହୋଇଛି । ନରୱାଲରେ ହୋଇଥିବା ଏହି ଦୁଇ ବିସ୍ଫୋରଣରେ 6 ଜଣ ଆହତ ହୋଇଛନ୍ତି ।

ଶ୍ରୀନଗର : ଜାମ୍ମୁ ଏବଂ କାଶ୍ମୀରରେ ଆତଙ୍କୀ ହାମଲା ଥମୁନାହିଁ । ସକ୍ରିୟ ଆତଙ୍କବାଦୀ ବାରମ୍ବାର ଏଠାରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ଏହି ସମୟରେ ଜାମ୍ମୁରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି ।
ଶନିବାର ଜାମ୍ମୁର ନରୱାଲ ଅଞ୍ଚଳରେ ଦୁଇଟି ସ୍ଥାନରେ ବିସ୍ଫୋରଣ ହୋଇଛି । ନରୱାଲରେ ହୋଇଥିବା ଏହି ଦୁଇ ବିସ୍ଫୋରଣରେ 6 ଜଣ ଆହତ ହୋଇଛନ୍ତି । ନରୱାଲ କୁ ଟ୍ରକ୍ ମାନଙ୍କର ହବ୍ କୁହାଯାଏ । ଟ୍ରାନ୍ସପୋର୍ଟ ନଗର 7 ନମ୍ବର ୟାର୍ଡରେ ଏହି ବିସ୍ପୋରଣ ହୋଇଛି ।
ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏହାକୁ କର୍ଡନ କରିଛି । ବିସ୍ଫୋରଣରେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି ।
ଆପଣଙ୍କୁ କହି ରଖୁଛୁ ଜାମ୍ମୁରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଥିବା ବେଳେ ଏହି ବିସ୍ପୋରଣ ହୋଇଛି ।
ଜାମ୍ମୁ କାଶ୍ମୀରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଏହି ବିସ୍ଫୋରଣ ଜମ୍ମୁର ନରୱାଲ ଅଞ୍ଚଳରେ ଦୁଇଟି ଗାଡିରେ ହୋଇଛି । ଏଥିରେ ଏପର୍ଯ୍ୟନ୍ତ 6 ଜଣ ଆହତ ହୋଇଥିବା ଜଣାଯାଇଛି ।
ଘଟଣାର ତୁରନ୍ତ ପରେ ଏଡିଜିପି ଜମ୍ମୁ ମୁକେଶ ସିଂହ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ତୁରନ୍ତ ପୋଲିସ ଟିମ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ବିସ୍ଫୋରଣ ଘଟିଥିଲା ସେହି ଅଞ୍ଚଳରେ ପୋଲିସ ସମଗ୍ର ଅଞ୍ଚଳକୁ ଘେରି ରହିଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ଅନ୍ୟ ସ୍ଥାନରେ ପୋଲିସ ସର୍ଚ୍ଚ ଅପରେସନ୍ ବୃଦ୍ଧି କରିଛି । ତେବେ ଏହି ଆକ୍ରମଣ ପଛରେ କାହାର ହାତ ରହିଛି ସେ ନେଇ କୌଣସି ସୂଚମା ମିଳିପାରି ନାହିଁ । ଏପରିକି କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି ।












Click it and Unblock the Notifications