ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କ ହୃଦଘାତରେ ପରଲୋକ

ଟିଭି ସାମ୍ବାଦିକତାର ଅନ୍ୟତମ ଲୋକପ୍ରିୟ ସାମ୍ବାଦିକ କମାଲ ଖାନଙ୍କ ହୃଦଘାତ ଯୋଗୁଁ ଆଜି ସକାଳେ ଦେହାନ୍ତ ହୋଇଛି ।

ଲକ୍ଷ୍ନୌ : ଟିଭି ସାମ୍ବାଦିକତାର ଅନ୍ୟତମ ଲୋକପ୍ରିୟ ସାମ୍ବାଦିକ କମାଲ ଖାନଙ୍କ ହୃଦଘାତ ଯୋଗୁଁ ଆଜି ସକାଳେ ଦେହାନ୍ତ ହୋଇଛି । ଏନେଇ ତାଙ୍କ ପତ୍ନୀ ନିଶ୍ଚିତ କରିଛନ୍ତି । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ, ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ ।

kamal Khan

ଦୀର୍ଘ ବର୍ଷ ଧରି କମାଲ୍‌ 'ଏନ୍‌ଡିଟିଭି' ଉତ୍ତର ପ୍ରଦେଶ ବ୍ୟୁରୋର ମୁଖ୍ୟ ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ । କମାଲ ଖାନ ଗତ 22 ବର୍ଷ ଧରି ଟିଭି ସାମ୍ବାଦିକତାରେ ସକ୍ରିୟ ଥିଲେ । ସେ ଲକ୍ଷ୍ନୌରୁ NDTV ପାଇଁ ସାମ୍ବାଦିକତା କରୁଥିଲେ ଏବଂ ତାଙ୍କର ବିଶେଷ ଶୈଳୀ ପାଇଁ ଜଣାଶୁଣା ଥିଲେ । ତାଙ୍କର ରିପୋର୍ଟ ଉପସ୍ଥାପନ କରିବାର ବିଶେଷ ଉପାୟକୁ ଅନେକ ଲୋକ ପସନ୍ଦ କରୁଥିଲେ । ନିକଟରେ ଅଯୋଧ୍ୟାରେ ଜମି ବିବାଦ ସମ୍ପର୍କିତ ସମସ୍ତ ଖବର ସାମ୍ନାକୁ ଆସିଥଲା, ଏଥିରେ ଜଡ଼ିତ ଅନେକ ଖବର କମାଲ ଖାନ ରିପୋର୍ଟ କରିଥିଲେ, ଯେଉଁଥିପାଇଁ ସେ ବହୁ ଚର୍ଚ୍ଚାରେ ଥିଲେ ।

ତାଙ୍କର ଅକାଳ ବିୟୋଗରେ ସମଗ୍ର ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ଏନଟିଭି ପକ୍ଷରୁ ଟ୍ୱିଟ୍ କରି ଲେଖାଯାଇଛି, 'ଏନ୍‌ଡିଟିଭି'ର ଜଣେ ବରିଷ୍ଠ ତଥା ଦେଶର ଜଣେ ସର୍ବୋତ୍ତମ ସାମ୍ବାଦିକ କମାଲ୍‌ ଖାନ୍‌ଙ୍କୁ ହରାଇ ଆମେ ଭାଙ୍ଗିପଡ଼ିଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+