କାଶ୍ମୀର : ଅବନ୍ତିପୋରାରେ ସେନାକୁ ବଡ ସଫଳତା, ଜୈଶର 3 ଆତଙ୍କବାଦୀ ନିହତ

କାଶ୍ମୀର ଉପତ୍ୟକାରେ ସୁରକ୍ଷା ବାହିନୀକୁ ମିଳିଛି ଏକ ବଡ଼ ସଫଳତା । ଶନିବାର ଦିନ ସେନା ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଏହି ସମସ୍ତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦଙ୍କ ସହ ଜଡିତ ଥିଲେ ।

ଜାମ୍ମୁ : କାଶ୍ମୀର ଉପତ୍ୟକାରେ ସୁରକ୍ଷା ବାହିନୀକୁ ମିଳିଛି ଏକ ବଡ଼ ସଫଳତା । ଶନିବାର ଦିନ ସେନା ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଏହି ସମସ୍ତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦଙ୍କ ସହ ଜଡିତ ଥିଲେ । ଯଦିଓ ତାଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ଉପତ୍ୟକାରେ ଅନେକ ଆତଙ୍କବାଦୀ ଘଟଣାରେ ସେ ସମ୍ପୃକ୍ତ ଥିବା ଆଶଙ୍କା କରାଯାଉଛି । ଏହି ଅଞ୍ଚଳରେ ଅଧିକ ଆତଙ୍କବାଦୀ ଥିବା ସନ୍ଦେହ କରି ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

army

ସୂଚନାନୁସାରେ, ଅବନ୍ତିପୋରାରେ ନାଗବେରାନ୍ ତ୍ରାଲ ଜଙ୍ଗଲ ଅଞ୍ଚଳର ଉପର ଭାଗରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା । ଏହା ପରେ ସେନା, CRPF ଏବଂ ଜାମ୍ମୁ କାଶ୍ମୀର ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷା କର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାର ଜବାବରେ ସେନା ଗୁଳି ଚଳାଇଥିଲେ ଏବଂ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ପୋଲିସର ସୂଚନାନୁସାରେ ସେନା ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କ ନିକଟରୁ କିଛି ଅସ୍ତ୍ରଶସ୍ତ୍ର ମିଳିଛି । ଏହା ବ୍ୟତୀତ ସେମାନଙ୍କର ପରିଚୟ ଜାଣିବାକୁ ମଧ୍ୟ ଚେଷ୍ଟା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+