ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପରେ ଶିବମୋଗାରେ ଧାରା 144 ଲାଗୁ
କର୍ଣ୍ଣାଟକର ଶିବମୋଗା ସହରରେ 23 ବର୍ଷୀୟ ବଜରଙ୍ଗ ଦଳ କର୍ମୀଙ୍କ ସମ୍ବେଦନଶୀଳ ହତ୍ୟା ମାମଲା ସାମ୍ନାକୁ ଆସିଛି । ରବିବାର ରାତିରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ପରେ ସହରରେ ଉତ୍ତେଜନା ବୃଦ୍ଧି ପାଇଛି ।
ବାଙ୍ଗାଲୋର : କର୍ଣ୍ଣାଟକର ଶିବମୋଗା ସହରରେ 23 ବର୍ଷୀୟ ବଜରଙ୍ଗ ଦଳ କର୍ମୀଙ୍କ ସମ୍ବେଦନଶୀଳ ହତ୍ୟା ମାମଲା ସାମ୍ନାକୁ ଆସିଛି । ରବିବାର ରାତିରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ପରେ ସହରରେ ଉତ୍ତେଜନା ବୃଦ୍ଧି ପାଇଛି । ଏହା ପରେ ପରିସ୍ଥିତିକୁ ନଜରେ ରଖି ଧାରା 144 ଲାଗୁ କରାଯାଇଛି । ଏଥିସହିତ କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦ ସହ ଏହି ହତ୍ୟାକାଣ୍ଡର କୌଣସି ସମ୍ପର୍କ ନାହିଁ ବୋଲି କର୍ଣ୍ଣାଟକର ଗୃହମନ୍ତ୍ରୀ ଅର୍ଗା ଜ୍ଞାନେନ୍ଦ୍ର ସିଂହ କହିଛନ୍ତି । କିନ୍ତୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଆମକୁ ଅଧିକ ଅନୁସନ୍ଧାନ ପାଇଁ ଅପେକ୍ଷା କରିବାକୁ ପଡିବ । ଗୃହମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି ।

ଜ୍ଞାନେନ୍ଦ୍ର କହିଛନ୍ତି ଯେ ଏହି ହତ୍ୟା ରବିବାର ରାତି 9.30 ସମୟରେ ହୋଇଛି । ପୋଲିସ ଏହି ମାମଲାରେ କିଛି ଦୃଢ ପ୍ରମାଣ ସଂଗ୍ରହ କରିଛି, ଆମେ ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବୁ । ଏହା ସହିତ ଗୃହମନ୍ତ୍ରୀ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ହତ୍ୟାକାଣ୍ଡର କାରଣ କ'ଣ ତାହା ଆମେ ଜାଣିବାକୁ ଚେଷ୍ଟା କରୁଛୁ । ଶିବମୋଗାରେ ରିଜର୍ଭ ପୋଲିସ ମୁତୟନ କରାଯାଇଛି । ଏକ ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ କରାଯାଇଛି ଯାହାକି ହତ୍ୟା ଘଟଣାର ଅନୁସନ୍ଧାନ କରିବ ଏବଂ ରାପିଡ୍ ଆକ୍ସନ୍ ଫୋର୍ସ କର୍ମଚାରୀଙ୍କୁ ଏହି ଅଞ୍ଚଳରେ ନିୟୋଜିତ କରାଯାଇଛି ।
ଏଥି ସହ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇ ଆଜି ଗୃହମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଛନ୍ତି । ସେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ବିଷୟରେ ପଚାରି ବୁଝିଥିଲେ ଏବଂ ଘଟଣାର ତଦନ୍ତ ବିଷୟରେ ପଚାରି ବୁଝିଛନ୍ତି । ସୂଚନାନୁସାରେ, ଏହି ହତ୍ୟାକାଣ୍ଡରେ 4-5 ଜଣ ସମ୍ପୃକ୍ତ ଥିବା ଜ୍ଞାନେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications