ଲକ୍ଷ୍ନୌରେ 5 ଏପ୍ରିଲ୍ ଯାଏଁ 144 ଧାରା ଜାରି, କୌଣସି କାର୍ଯ୍ୟକ୍ରମ ପାଇଁ ନେବାକୁ ହେବ ଅନୁମତି

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପୁଣି ଥରେ144 ଧାରା କାର୍ଯ୍ୟକାରୀ ହୋଇଛି । ରାଜନୈତିକ ଦଳଗୁଡ଼ିକର ବିରୋଧ ପ୍ରଦର୍ଶନ, କରୋନା ଏବଂ ଆଗାମୀ ପର୍ବକୁ ଦୃଷ୍ଟିରେ ରଖି ଯୋଗୀ ସରକାର 5 ଏପ୍ରିଲ ପର୍ଯ୍ୟନ୍ତ ରାଜଧାନୀରେ 144 ଧାରା ଲାଗୁ କରିଛନ୍ତି ।

ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପୁଣି ଥରେ144 ଧାରା କାର୍ଯ୍ୟକାରୀ ହୋଇଛି । ରାଜନୈତିକ ଦଳଗୁଡ଼ିକର ବିରୋଧ ପ୍ରଦର୍ଶନ, କରୋନା ଏବଂ ଆଗାମୀ ପର୍ବକୁ ଦୃଷ୍ଟିରେ ରଖି ଯୋଗୀ ସରକାର 5 ଏପ୍ରିଲ ପର୍ଯ୍ୟନ୍ତ ରାଜଧାନୀରେ 144 ଧାରା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି 144 ଧାରା ଜାରି ସମୟରେ କୌଣସି ବି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅନୁମତି ନେବାକି ହେବ ବୋଲି ଯୁଗ୍ମ ପୋଲିସ କମିଶନର ନବୀନ ଆରୋରା ଦେଇଥିବା ଏକ ଆଦେଶରେ କୁହାଯାଇଛି । ଏହା ସହିତ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

Lucknow

ଆଇନ ଶୃଙ୍ଖଳା ଭୟରେ ଜାରି ହୋଇଛି ଧାରା 144

ଯୁଗ୍ମ ପୋଲିସ କମିଶନର ନବୀନ ଆରୋରା ଦେଇଥିବା ଆଦେଶରେ କୁହାଯାଇଛି ଯେ ଲକ୍ଷ୍ନୌରେ ରାଜନୈତିକ ଦଳ, ଛାତ୍ର ସଂଗଠନ, ଭାରତୀୟ କୃଷକ ସଂଗଠନ ଏବଂ ଅନ୍ୟାନ୍ୟ ସଂଗଠନ ଦ୍ୱାରା ଧରଣା ପ୍ରଦର୍ଶନ ହେବାର ଆଶଙ୍କା ରହିଛି । ଏହା ଶାନ୍ତି ବ୍ୟବସ୍ଥା ଉପରେ ପ୍ରଭାବ ପକାଇପାରେ । ଏହା ସହିତ କରୋନା ବୃଦ୍ଧି ଲୋକଙ୍କ ଜୀବନ ଉପରେ ବିପଦ ଆଣିବାର ଆଶଙ୍କା ରହିଛି । କେତେକ ଅସମାଜିକ ଚିନ୍ତାଧାରାର ଲୋକ 11 ମାର୍ଚ୍ଚରେ ମହାଶିବରାତ୍ରୀ, 28 ରେ ହୋଲିକା ଦାହନ୍, 29 ରେ ହୋଲି, 2 ଅପ୍ରେଲରେ ଗୁଡ୍ ଫ୍ରାଇଡେ, 3 ଅପ୍ରେଲରେ ଇଷ୍ଟର ଶନିବାର ଏବଂ 5 ଏପ୍ରିଲରେ ଇଷ୍ଟର ରବିବାର ସହ ମହାରାଜ କାଶ୍ୟପ ଜୟନ୍ତୀ ଅବସରରେ ଶାନ୍ତି ଭଙ୍ଗ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଧାରା 144 ପ୍ରଣୟନ କରାଯାଇଛି ।

ପୋଲିସର ଅନୁମତି ବିନା ବାହାରିବ ନାହିଁ କୌଣସି ଶୋଭାଯାତ୍ରା

ଗାଇଡ୍ଲାଇନ୍ ଅନୁସାରେ, ଲକ୍ଷ୍ନୌରେ ଅପ୍ରେଲ୍ 5 ପର୍ଯ୍ୟନ୍ତ, କୌଣସି ବନ୍ଦ ହଲ୍ କିମ୍ବା ରୁମର କ୍ଷମତାର ମାତ୍ର 50 ପ୍ରତିଶତ ଲୋକ ଏକାଠି ହୋଇପାରିବେ । 200 ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଖୋଲା ସ୍ତାନ ଗୁଡ଼ିକରେ ସାମର୍ଥ୍ୟର ମାତ୍ର 50 ପ୍ରତିଶତ ଲୋକ ଏକାଠି ହୋଇପାରିବେ । ଏଥିସହିତ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ବିଶେଷ ଧ୍ୟାନ ଦିଆଯିବ ।

ଏହି ନିର୍ଦ୍ଦେଶ ଅନୁଯାୟୀ ପୋଲିସର ଅନୁମତି ବିନା କୌଣସି ଶୋଭାଯାତ୍ରା ହେବ ନାହିଁ । ରାତି 10 ଟାରୁ ସକାଳ 6ଟା ପର୍ଯ୍ୟନ୍ତ କୌଣସି ସ୍ଥାନରେ ଲାଉଡ ସ୍ପିକର ବଜାଇବା ଉପରେ ନିଷେଧ କରାଯାଇଛି । ଏହି ଅବଧି ମଧ୍ୟରେ, କୌଣସି ବ୍ୟକ୍ତି ବାଡ଼ି (ଭିନ୍ନକ୍ଷମଙ୍କ ବ୍ୟତୀତ), ତୀକ୍ଷ୍ଣ ଧାର ଛୁରୀ, ଖଣ୍ଡା, ତ୍ରୀଶୂଳ ଆଦି ଅସ୍ତ୍ର ଧରି ବାହାରିପାରିବେ ନାହିଁ । ଧାର୍ମିକ ସ୍ଥାନ, କାନ୍ଥରେ କୌଣସି ଧାର୍ମିକ ପତାକା, ବ୍ୟାନର, ପୋଷ୍ଟର ଲଗାଇବା ଉପରେ ପୋଲିସ୍ ପ୍ରତିବନ୍ଧକ ଲଗାଇଛି । କୌଣସି ଖୋଲା ସ୍ଥାନ କିମ୍ବା ଘରର ଛାତ ଉପରେ ଇଟା, ପଥର, ବୋତଲ କିମ୍ବା ବିସ୍ଫୋରକ ସାମଗ୍ରୀ ରହି ପାରିବ ନାହିଁ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+