ଦିଲ୍ଲୀରେ ଚିହ୍ନଟ ହେଲା ଓମିକ୍ରନ୍ର ଦ୍ୱିତୀୟ ରୋଗୀ, 33 କୁ ବୃଦ୍ଧି ପାଇଲା ମୋଟ ସଂକ୍ରମିତଙ୍କ ସଂଖ୍ୟା
ଦେଶରେ ଓମିକ୍ରନ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗୁଜୁରାଟ ଏବଂ ମହାରାଷ୍ଟ୍ର ପରେ ଓମିକ୍ରନର ଦ୍ୱିତୀୟ ରୋଗୀ ମଧ୍ୟ ରାଜଧାନୀ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶରେ ଓମିକ୍ରନ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗୁଜୁରାଟ ଏବଂ ମହାରାଷ୍ଟ୍ର ପରେ ଓମିକ୍ରନର ଦ୍ୱିତୀୟ ରୋଗୀ ମଧ୍ୟ ରାଜଧାନୀ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି । ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା ଯାତ୍ରା କରିବା ପରେ ଦିଲ୍ଲୀ ଫେରିଥିବା ଜଣେ ବ୍ୟକ୍ତି ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ରୋଗୀଙ୍କୁ ଦିଲ୍ଲୀର LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ ଏହି ରୋଗୀ କରୋନା ଟୀକାର ଉଭୟ ଡୋଜ୍ ନେଇ ସାରିଛନ୍ତି । ଦିଲ୍ଲୀ ସରକାରଙ୍କ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଦିଲ୍ଲୀରେ ନୂତନ ରୋଗୀ ମିଳିବା ପରେ ଦେଶରେ ମୋଟ ଓମିକ୍ରନ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 33 କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏହା ପରେ ଗୁଜୁରାଟ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ପରେ ଦିଲ୍ଲୀରେ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛନ୍ତି ।
ମହାରାଷ୍ଟ୍ରରେ ଓମିକ୍ରନର 7 ଜଣ ନୂତନ ରୋଗୀ ଚିହ୍ନଟ ହେବା ଶୁକ୍ରବାର ଦିନ ରାଜ୍ୟ ସରକାର ମୁମ୍ବାଇରେ ଧାରା 144 ଲାଗୁ କରିଛନ୍ତି ।
ଶୁକ୍ରବାର ଦିନ, ଓମିକ୍ରନର ବିପଦ ମଧ୍ୟରେ ସାରା ଦେଶରେ ଫେସ୍ ମାସ୍କର ବ୍ୟବହାର ହ୍ରାସ ହେବାର କେନ୍ଦ୍ର ଚେତାବନୀ ଦେଇଛି । NITI ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡ଼ ଭି.କେ ପାଲ କହିଥିଲେ ଯେ ଲୋକମାନେ ବିପଦପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି । କରୋନୋ ଭାଇରସ୍ ରୋଗ (କୋଭିଡ୍ -19) ର ସୁରକ୍ଷା ପାଇଁ ଉଭୟ ମାସ୍କ ଏବଂ ଟୀକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।












Click it and Unblock the Notifications