କରୋନା ସତର୍କ ସୂଚନା ! କରୋନା ତୃତୀୟ ଲହର ନେଇ କ'ଣ କହୁଛନ୍ତି ବୈଜ୍ଞାନିକ
ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ମହାମାରୀର ତୃତୀୟ ଲହର ଏହି ମାସରେ ଆସିପାରେ । ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ତୃତୀୟ ଲହର ସମୟରେ ଦେଶରେ ଦୈନିକ ସଂକ୍ରମଣ ମାମଲା 1 ଲକ୍ଷରୁ 1.5 ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ ।
ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବା ମଧ୍ୟରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ମହାମାରୀର ତୃତୀୟ ଲହର ଏହି ମାସରେ ଆସିପାରେ । ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ତୃତୀୟ ଲହର ସମୟରେ ଦେଶରେ ଦୈନିକ ସଂକ୍ରମଣ ମାମଲା 1 ଲକ୍ଷରୁ 1.5 ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦ ଏବଂ କାନପୁରର ଆଇଆଇଟିରେ ମଥୁକୁମଲ୍ଲୀ ବିଦ୍ୟାସାଗର ଏବଂ ମନିନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ତାଙ୍କ ଦଳ ଏହି ଗବେଷଣା ଶେଷ କରିସାରିଛି ଏବଂ ଅକ୍ଟୋବରରେ କରୋନା ଭାଇରସର ତୃତୀୟ ଲହର ଶିଖରରେ ପହଞ୍ଚିବ ।

ତେବେ ଅନୁସନ୍ଧାନରୁ ଜଣାପଡିଛି ଯେ କରୋନା ତୃତୀୟ ଲହର, ଦ୍ୱିତୀୟ ଲହର ଭଳି ମାରାତ୍ମକ ହେବ ନାହିଁ । ସୂଚନାଯୋଗ୍ୟ, ମହାମାରୀର ଦ୍ୱିତୀୟ ଲହର ସମୟରେ ସାରା ଦେଶରେ ପ୍ରତିଦିନ 4 ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ଏହା ପରେ ଏହି ମାମଲା କମିବା ଆରମ୍ଭ ହୋଇଥିଲା । ବୈଜ୍ଞାନିକମାନଙ୍କର ଏହି ନୂତନ ଅନୁସନ୍ଧାନ ଗାଣିତିକ ମଡେଲ ଆଧାରରେ କରାଯାଇଛି । ଅନୁସନ୍ଧାନରେ ଜଡିତ ଆଇଆଇଟି ହାଇଦ୍ରାବାଦର ପ୍ରଫେସର ମଥୁକୁମଲ୍ଲୀ ବିଦ୍ୟାସାଗର ଗାଣିତିକ ମଡେଲ ଆଧାରରେ ମେ ମାସରେ କହିଥିଲେ ଯେ କରୋନା ବିସ୍ତାର ଆଗାମୀ ଦିନରେ ଏହାର ଶିଖରରେ ପହଞ୍ଚିପାରେ ।
ଚିନ୍ତା ବଢାଇଛି କେରଳ ସମେତ 10 ଟି ରାଜ୍ୟ
ପ୍ରକାଶ ଥାଉକି, ଅପ୍ରେଲ ମାସରେ କରୋନା ଶିଖର ବିଷୟରେ ପ୍ରଫେସର ବିଦ୍ୟାସାଗରଙ୍କ ଦଳର ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଥିଲା । ସେତେବେଳେ ପ୍ରଫେସର ବିଦ୍ୟାସାଗର ଟ୍ୱିଟ୍ କରି ଲେଖିଥିଲେ ଯେ ଏହା ଭୁଲ ପାରାମିଟର ଯୋଗୁଁ ହୋଇଛି, କାରଣ ଏକ ସପ୍ତାହ ପୂର୍ବରୁ କରୋନା ମହାମାରୀ ଏହାର ରୂପ ବଦଳାଇ ଆସୁଥିଲା ।
ଆପଣଙ୍କୁ କହିରଖୁଛୁ, ବର୍ତ୍ତମାନ କେରଳ ସମେତ 10 ଟି ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଚିନ୍ତାର ବିଷୟ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ଡାକ୍ତରୀ ବିଶେଷଜ୍ଞଙ୍କ ଏକ ଟିମ୍ କେରଳକୁ ପଠାଇଛନ୍ତି । ସୋମବାର ଦିନ ସାରା ଦେଶରେ 40,134 ଟି ନୂଆ କରୋନା ଜୀବାଣୁ ରେକର୍ଡ କରାଯାଇଛି ।












Click it and Unblock the Notifications