ଦିଲ୍ଲୀରେ ଖୋଲିଲା ସ୍କୁଲ : ଖୁସି ବ୍ୟକ୍ତ କଲେ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନୀଷ

ଦିଲ୍ଲୀରେ ଆଜିଠୁ ଖୋଲିଲା ସ୍କୁଲ । ରାଜ୍ୟ ସରକାଙ୍କ ଅନୁମତି ପରେ କରୋନା ମହାମାରୀ ପାଇଁ 10 ମାସ ହେବ ବନ୍ଦ ଥିବା ସ୍କୁଲ ଆଜି ଖୋଲିଛି। କରୋନାକୁ ଦୃଷ୍ଟିରେ ରଖି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରାଛାତ୍ରୀଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯାଇଛି ।

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜିଠୁ ଖୋଲିଲା ସ୍କୁଲ । ରାଜ୍ୟ ସରକାଙ୍କ ଅନୁମତି ପରେ କରୋନା ମହାମାରୀ ପାଇଁ 10 ମାସ ହେବ ବନ୍ଦ ଥିବା ସ୍କୁଲ ଆଜି ଖୋଲିଛି। କରୋନାକୁ ଦୃଷ୍ଟିରେ ରଖି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରାଛାତ୍ରୀଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯାଇଛି । ଏଥିସହିତ କରୋନା ପାଇଁ ସରକାରଙ୍କ ଗାଇଡଲାଇନ୍ ଅନୁପାଳନ ଉପରେ ଦୃଷ୍ଟି ଦିଆଯିବ ।

School opening during COVID-19

ଅଭିଭାବମାନଙ୍କ ଅନୁମତି କ୍ରମେ ପିଲାମାନେ ସ୍କୁଲ ଆସିପାରିବେ । ଅଭିଭାବକଙ୍କ ଅନୁମତି ପତ୍ର ବିନା ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପ୍ରବେଶ କରାଯିବ ନାହିଁ । ସ୍କୁଲ ଭିତରେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାରକୁ ଜରୁରୀ କରାଯାଇଛି । ଏହା ବ୍ୟତୀତ ନିୟମିତ ଭାବେ ସ୍କୁଲର କ୍ଲାସ ରୁମ୍ ଏବଂ ପରିସରକୁ ସାନିଟାଇଜ୍ କରାଯିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ପାଠପଢା ଏବଂ ପ୍ରାକ୍ଟିକାଲ ଜାରି ରହିବ । ଅନ୍ୟ ସମସ୍ତ କରିକୁଲାର୍ ଆକ୍ଚିଭିଟି ବନ୍ଦ ରହିବ । କରୋନା ପଜିଟିଭ୍ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରାଛାତ୍ରୀଙ୍କୁ ସ୍କୁଲ ଆସିବ୍କୁ ବାରଣ କରାଯାଇଛି ।

ଏହି ଅବସରରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, ''10 ମାସ ପରେ ଆଜି ବିଦ୍ୟାଳୟକୁ ଯାଉଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କୁ ଶୁଭେଚ୍ଛା । ଯଦିଓ ଏହା କେବଳ ସୀମିତ ଉଦ୍ଦେଶ୍ୟ ପାଇଁ ଏବଂ କୋଭିଡ -10 ପ୍ରୋଟୋକଲ ସହିତ କରାଯାଉଛି, ତଥାପି ମୁଁ ଖୁସି ଯେ ଆଜି ଦିଲ୍ଲୀରେ ସ୍କୁଲ ଖୋଲୁଛି। ''

ହାରକୋର୍ଟ ବଟଲର ସିନିୟର ସେକେଣ୍ଡାରୀ ସ୍କୁଲର ପ୍ରିନ୍ସପାଲ୍ ନୀରା ରାଓ କହିଛନ୍ତି ଯେ, ଶ୍ରେଣୀକକ୍ଷରେ ଯେପରି ପିଲାମାନେ ପାଠ ପଢିଥାନ୍ତି, ଅନଲାଇନରେ ଏହା ସମ୍ଭବ ନୁହେଁ । ସିଲାବସ୍ ହ୍ରାସ ସତ୍ତ୍ୱେ ମଧ୍ୟ ଆଗକୁ ବୋର୍ଡ ପରୀକ୍ଷା ଆସୁଛି ଏବଂ ଆମେ ଛାତ୍ରମାନଙ୍କୁ ପାଠପଢାରେ ସାହାଯ୍ୟ କରିପାରିବୁ।''

ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ ଜଣେ ଛାତ୍ର କହିଛନ୍ତି, "ସ୍କୁଲକୁ ଆସି ବହୁତ ଭଲ ଲାଗୁଛି । କ୍ଲାସରୁମରେ ଶିକ୍ଷକ ଯେପରି ପଢାଉଥିଲେ ଅନଲାଇନରେ ସେପରି ହେଇପାରୁନଥିଲା ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+