ମହାରାଷ୍ଟ୍ରରେ ଖାଇକୁ ଖସିଲା ସ୍କୁଲ ବସ୍, ଗାଡ଼ିରେ ଥିଲ 32 ଜଣ
ଶୁକ୍ରବାର ରାତିରେ ଏକ ସ୍କୁଲ ବସ୍ ରାୟଗଡ ନିକଟରେ ଏକ ଖାଇକୁ ଖସି ପଡ଼ିଛି । ବସ୍ରେ 32 ଜଣ ଯାତ୍ରୀ ଥିଲେ, ଦୁର୍ଘଟଣାରେ ଡ୍ରାଇଭର ସମେତ 7 ଜଣ ଆହତ ହୋଇଛନ୍ତି ।
ମୁମ୍ବାଇ : ମହାରାଷ୍ଟ୍ରରୁ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଶୁକ୍ରବାର ରାତିରେ ଏକ ସ୍କୁଲ ବସ୍ ରାୟଗଡ ନିକଟରେ ଏକ ଖାଇକୁ ଖସି ପଡ଼ିଛି । ବସ୍ରେ 32 ଜଣ ଯାତ୍ରୀ ଥିଲେ, ଦୁର୍ଘଟଣାରେ ଡ୍ରାଇଭର ସମେତ 7 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ଛାତ୍ର ଥିବା ମଧ୍ୟ କୁହାଯାଉଛି, ସୋନଙ୍କ ଅବସ୍ଥା ସ୍ୱାଭାବିକ ରହିଛି । ବର୍ତ୍ତମାନ ରାୟଗଡ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ବସ୍ ରାୟଗଡ଼ କିଲ୍ଲା ରୋଡରେ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ଘରୋସି ୱାଡି ନିକଟରେ ଥିବା ଏକ ଖାଇକୁ ଖସିପଡିଥିଲା । ଘଟଣା ସମୟରେ ଏଥିରେ 32 ଜଣ ଲୋକ ଥିଲେ, ଅଧିକାଂଶ ସ୍କୁଲ ପିଲା ଅଛନ୍ତି । ଘଟଣାର ଖବର ପାଇବା ମାତ୍ରେ ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ବିପଦ ବାହାରେ ଥିବା ଜଣା ପଡିଛି ।
More From
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications