ବନ୍ଦ ଲଫାପାରେ ଜ୍ଞାନବାପୀ ମସଜିଦ ସର୍ଭେ ରିପୋର୍ଟ, ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି
ଜ୍ଞାନବାପୀ ମସଜିଦ ଭିଡିଓ ସର୍ଭେର ରିପୋର୍ଟ ଗୁରୁବାର ଦିନ ବାରାଣାସୀ କୋର୍ଟରେ ଉପସ୍ଥାପିତ ହୋଇଛି । ଏହି ସମୟରେ ଉଭୟ ପକ୍ଷର ଲୋକମାନେ କୋର୍ଟରେ ହାଜର ହୋଇଥିଲେ ।
ନୂଆଦିଲ୍ଲୀ : ଜ୍ଞାନବାପୀ ମସଜିଦ ଭିଡିଓ ସର୍ଭେର ରିପୋର୍ଟ ଗୁରୁବାର ଦିନ ବାରାଣାସୀ କୋର୍ଟରେ ଉପସ୍ଥାପିତ ହୋଇଛି । ଏହି ସମୟରେ ଉଭୟ ପକ୍ଷର ଲୋକମାନେ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ସହକାରୀ କମିଶନର ଆଡଭୋକେଟ ବିଶାଲ ସିଂହଙ୍କ କହିବାନୁସାରେ, ସେ ଏକ ବନ୍ଦ ଲଫାପାରେ ଭିଡ଼ିଓ ଚିପ୍ ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟ ଗୁରୁବାର ଏହି ମାମଲାର ଶୁଣାଣି କରିଛନ୍ତି । କୋର୍ଟ ବର୍ତ୍ତମାନ ଶୁଣାଣି ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏଥିସହ, ବାରାଣାସୀ କୋର୍ଟ ଏହାର ଶୁଣାଣି ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହେବା ମାତ୍ରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଜୈନ ଏହାକୁ ସ୍ଥଗିତ ରଖିବାକୁ ଆବେଦନ କରିଥିଲେ । ଏହାର ଉତ୍ତର ଦାଖଲ କରିବାକୁ ଶୁକ୍ରବାର ପର୍ଯ୍ୟନ୍ତ ସମୟ ମଧ୍ୟ ମାଗିଥିଲେ । ଅପରପକ୍ଷେ, ମୁସଲମାନ ପକ୍ଷ କହିଛନ୍ତି ଯେ ଏହି ମାମଲାର ତୁରନ୍ତ ଶୁଣାଣି କରାଯିବା ଉଚିତ୍ । ହିନ୍ଦୁ ଦଳର ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ଶୁକ୍ରବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି । ଏଥିସହ ବିଷ୍ଣୁ ଜୈନଙ୍କୁ ତାଙ୍କ ସ୍ଥାନୀୟ ଓକିଲଙ୍କୁ ଟ୍ରାଏଲ କୋର୍ଟରେ ଆଗାମୀ ଆବେଦନ ନ କରିବାକୁ କହିଛନ୍ତି ।
ଆସିଷ୍ଟାଣ୍ଟ କୋର୍ଟ କମିଶନର ଅଜୟ ପ୍ରତାପ ସିଂହଙ୍କ ଅନୁଯାୟୀ ବାରାଣସୀ ସିଭିଲ ଜଜ୍ ସିନିୟର ଡିଭିଜନ୍ ରବି କୁମାର ଦିବାକରଙ୍କ କୋର୍ଟରେ ଏହି ରିପୋର୍ଟ ଉପସ୍ଥାପିତ ହୋଇଛି । ଏହା ପ୍ରାୟ 10-15 ପୃଷ୍ଠାର ରହିଛି । ଯେତେବେଳେ କୋର୍ଟରେ ରିପୋର୍ଟ ଦାଖଲ କରାଯାଉଥିଲା ସେତେବେଳେ ଉଭୟ ପକ୍ଷର ଓକିଲମାନେ ସେଠାରେ ଉପସ୍ଥିତ ଥିଲେ ।












Click it and Unblock the Notifications