ଖାଲି ପଡ଼ିଥିବା ପିଜି- ମେଡିକାଲ ସିଟ୍ କୁ ନେଇ ସୁପ୍ରିମକୋର୍ଟଙ୍କ ଭର୍ସନା, କହିଲେ - ଆପଣ ଡାକ୍ତରଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି
ଅତିରିକ୍ତ ମୋପ-ଅପ୍ କାଉନସେଲିଂ ରାଉଣ୍ଡ କରି ଏହି ଆସନଗୁଡ଼ିକ କାହିଁକି ପୂରଣ କରା ଯାଇନାହିଁ ସେନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ମେଡିକାଲ କାଉନସେଲିଂ କମିଟି (ଏମସିସି) କୁ ଏକ ଆଫିଡେଭିଟ୍ ଦାଖଲ କରିବାକୁ କହିଛନ୍ତି ।
ନୂଆଦିଲ୍ଲୀ : ଦେଶରେ ଡାକ୍ତରୀ ବୃତ୍ତିଗତଙ୍କ ଅଭାବ ସତ୍ତ୍ୱେ ଚଳିତ ବର୍ଷ 1,450 ମେଡିକାଲ-ପିଜି ସିଟ୍ ଖାଲି ପଡିଛି । ଏହାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏହା ସହିତ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଆପଣ ଡାକ୍ତରଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ।
ଅତିରିକ୍ତ ମୋପ-ଅପ୍ କାଉନସେଲିଂ ରାଉଣ୍ଡ କରି ଏହି ଆସନଗୁଡ଼ିକ କାହିଁକି ପୂରଣ କରା ଯାଇନାହିଁ ସେନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ମେଡିକାଲ କାଉନସେଲିଂ କମିଟି (ଏମସିସି) କୁ ଏକ ଆଫିଡେଭିଟ୍ ଦାଖଲ କରିବାକୁ କହିଛନ୍ତି । ଡାକ୍ତରଙ୍କ ଭବିଷ୍ୟତ ସହିତ ଖେଳିବା ପାଇଁ କ୍ଷତିପୂରଣ ଦେବାକୁ କେନ୍ଦ୍ରକୁ ଆଦେଶ ଦେବା ନେଇ ବିଚାର କରିପାରନ୍ତି ବୋଲି କୋର୍ଟ ଚେତାବନୀ ଦେଇଛନ୍ତି ।

ଜଷ୍ଟିସ୍ ଏମଆର ଶାହା ଏବଂ ଅନିରୁଦ୍ଧ ବୋଷଙ୍କ ବେଞ୍ଚ କହିଛନ୍ତି ଯଦି ଗୋଟିଏ ସିଟ୍ ମଧ୍ୟ ଖାଲି ଅଛି, ତେବେ ଏହାକୁ ପୂରଣ କରାଯିବା ଉଚିତ ଏବଂ ଏହାକୁ ନଷ୍ଟ ହେବାକୁ ଦିଆଯିବା ଉଚିତ ନୁହେଁ... ଯଦି ଛାତ୍ରଛାତ୍ରୀଙ୍କ ଆଡମିଶନ ଦିଆଯାଉ ନାହିଁ, ତେବେ ଆମେ ଆପଣଙ୍କ ବିରୁଦ୍ଧରେ ଡାକ୍ତରଙ୍କ ଭବିଷ୍ୟତ ସହ କେଲିବା ନେଇ କ୍ଷତିପୂରଣ ଦେବାକୁ ଆଦେଶ ଦେବୁ ।
ସୁପ୍ରିମକୋର୍ଟରେ 7 ଜଣ ଡାକ୍ତରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି ହୋଇଥିଲା । ଏଥିରେ କୁହାଯାଇଛି NEET-PG 2021-22 ପାଇଁ ଚୂଡ଼ାନ୍ତ ମୋପ୍ ଅପ୍ କାଉନସେଲିଂ ରାଉଣ୍ଡ ମେ 7 ରେ ଶେଷ ହେବା ପରେ 1,456 ମେଡିକାଲ୍ ପିଜି ସିଟ୍ ଖାଲି ପଡିଛି । ଏହାପରେ ସ୍ୱତନ୍ତ୍ର କାଉନସେଲିଂର ଦାବି କରାଯାଇଛି ।
କୋର୍ଟ କହିଛନ୍ତି ଯେତେବେଳେ ଆପଣଙ୍କର ଏତେ ସଂଖ୍ୟକ ଡାକ୍ତର ଏବଂ ସୁପର ସ୍ପେସିଆଲିଟି ଡାକ୍ତର ଆବଶ୍ୟକତା ରହିଛି, ତେବେ ସିଟ୍ ଖାଲି ରଖିଲେ ଆପଣ (କେନ୍ଦ୍ର) କ'ଣ ପାଇବେ ବୋଲି କୋର୍ଟ କହିଛନ୍ତି । ଆଉ ଏକ ମୋପ୍ ଅପ୍ ରାଉଣ୍ଡ କରିବା ଉଚିତ୍ । ଆପଣ କୌଣସି ଦାୟିତ୍ୱ ଅନୁଭବ କରିଛନ୍ତି କି ? ପ୍ରତ୍ୟେକ ଥର କୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ପଡୁଛି । ଆପଣ କୋର୍ଟର ଆଦେଶକୁ କାହିଁକି ଅପେକ୍ଷା କରୁଛନ୍ତି ? ଡାକ୍ତରଙ୍କ ଭବିଷ୍ୟତ ସହ ଜଡିତ ଏହା ଏକ ଗୁରୁତର ବିଷୟ ବୋଲି କୋର୍ଟ କହିଛନ୍ତି । ଆପଣ ସେମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ଏବଂ ଆମ ଦେଶରେ ଡାକ୍ତରଙ୍କ ଅଭାବ ଅଛି ।
ଆମେ ଆପଣଙ୍କୁ କହି ରଖୁଛୁ ଯେ ସୁପ୍ରିମକୋର୍ଟ ଅଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି କାରଣ କେନ୍ଦ୍ର ତଥା ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ (ASG) ଐଶ୍ୱର୍ଯ୍ୟା ଭାଟୀଙ୍କୁ ଏକ କପି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ କୌଣସି ଆଇନଜୀବୀ କେନ୍ଦ୍ରର ପ୍ରତିନିଧିତ୍ୱ କରିବାକୁ ହାଜର ହୋଇନାହାଁନ୍ତି । କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ଜଣେ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ASG ବଲବୀର ସିଂହ ହାଜର ହୋଇଥାନ୍ତେ କିନ୍ତୁ ସେ ବ୍ୟକ୍ତିଗତ ସମସ୍ୟାରେ ଅଛନ୍ତି ତେଣୁ ହାଜର ହୋଇପାରିବେ ନାହିଁ । ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଚଳିତ ବର୍ଷ NEET-PG 2021-22 ପାଇଁ କାଉନସେଲିଂ ବିଳମ୍ବ ହୋଇଛି ଏବଂ ଏହା ମେ 7 ରେ ଶେଷ ହୋଇଛି, ଯାହାକି ସୁପ୍ରିମକୋର୍ଟଙ୍କ ଦ୍ୱାରା ପୃଥକ ପୃଥକ ମାମଲାରେ ଧାର୍ଯ୍ୟ ସମୟ ସୀମାଠାରୁ ବହୁ ଆଗରେ ରହିଛି ।












Click it and Unblock the Notifications