ଟ୍ରିବ୍ୟୁନାଲ ନିଯୁକ୍ତି ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଠୋର ସମାଲୋଚନା
ଦେଶରେ ଟ୍ରିବ୍ୟୁନାଲ ନିଯୁକ୍ତି ଉପରେ ସୁପ୍ରିମକୋର୍ଟ କଠୋରତା ଦେଖାଇବା ପରେ କେନ୍ଦ୍ର ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି । କେବଳ ଏତିକି ନୁହେଁ, ଦୁଇ ସପ୍ତାହ ମଧ୍ୟରେ ସମସ୍ତ ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଛି ।
ନୂଆଦିଲ୍ଲୀ : ଦେଶରେ ଟ୍ରିବ୍ୟୁନାଲ ନିଯୁକ୍ତି ଉପରେ ସୁପ୍ରିମକୋର୍ଟ କଠୋରତା ଦେଖାଇବା ପରେ କେନ୍ଦ୍ର ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି । କେବଳ ଏତିକି ନୁହେଁ, ଦୁଇ ସପ୍ତାହ ମଧ୍ୟରେ ସମସ୍ତ ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଛି । ଏଥିସହ ନିର୍ଦ୍ଦେଶ ପାଳନ ନ କଲେ ଅବମାନନା ମାମଲା ଚଳାଇବା ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି । ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି ଯେ ନିଯୁକ୍ତି ପତ୍ର ସହିତ ଆସନ୍ତୁ । ଯଦି କେହି ନିଯୁକ୍ତି ପାଇନାହାଁନ୍ତି, ତେବେ ଏହାର କାରଣ ମଧ୍ୟ କୁହନ୍ତୁ ବୋଲି କେନ୍ଦ୍ରକୁ କହିଛନ୍ତି ସୁପ୍ରିମ କୋର୍ଟ ।

ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟ ବିଭିନ୍ନ ଟ୍ରିବ୍ୟୁନାଲରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ଆଉ ଦୁଇ ସପ୍ତାହ ସମୟ ଦେଇଛନ୍ତି । ଏହାପୂର୍ବରୁ ସୋମବାର ଦିନ ସୁପ୍ରିମକୋର୍ଟ ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀ ପୂରଣ କରିବାରେ ବିଫଳ ହୋଇଥିବାରୁ କେନ୍ଦ୍ରକୁ ନିନ୍ଦା କରିଛନ୍ତି । ଏହା ପରେ ଅଦାଲତ କେନ୍ଦ୍ରକୁ 7 ଦିନ ସମୟ ଦେଇ କହିଥିଲେ ନିଯୁକ୍ତି ଦିଅନ୍ତୁ କିମ୍ବା ଆଦେଶ ପାସ୍ କରିବାକୁ ସୁପ୍ରିମକୋର୍ଟଙ୍କ ହାତରେ ଛାଡି ଦିଅନ୍ତୁ ।
ବୁଧବାର ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ଚୟନ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ପରିବର୍ତ୍ତେ ଅପେକ୍ଷା ତାଲିକାରୁ ବିଭିନ୍ନ ଟ୍ରିବ୍ୟୁନାଲରେ ଲୋକଙ୍କୁ ନିଯୁକ୍ତ କରିଥିବା ଅଭିଯୋଗ କରିଛନ୍ତି । କେନ୍ଦ୍ରକୁ ପ୍ରଶ୍ନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଯେତେବେଳେ କମିଟି ଦ୍ୱାରା ନାମଗୁଡ଼ିକ ସୁପାରିଶ କରାଯାଏ, ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଏହି ପଦବୀଗୁଡ଼ିକ ନିଯୁକ୍ତ ହୋଇନାହିଁ ?
ପ୍ରଧାନ ବିଚାରପତି ଏନ.ଭି ରମଣା କହିଛନ୍ତି ଯେ ଯଦି ମନୋନୀତ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି, ତେବେ ଅପେକ୍ଷା ତାଲିକାରୁ କାହିଁକି ପ୍ରାର୍ଥୀ ଚୟନ କରାଯାଇଛି ? ଏଥିସହ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ସଂସ୍କାର ଆକ୍ଟର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ମଧ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।












Click it and Unblock the Notifications