Get Updates
Get notified of breaking news, exclusive insights, and must-see stories!

ପେଗାସସ୍ ଗୁପ୍ତଚର ମାମଲା : SIT ଅନୁସନ୍ଧାନ ପାଇଁ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମ କୋର୍ଟ

ପେଗାସସ୍ ଗୁପ୍ତଚର ମାମଲା ଉପରେ ସୋମବାର ସୁପ୍ରିମ କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ଏସଆଇଟି ଯାଞ୍ଚ ପାଇଁ ଆବେଦନ କରିଥିବା ଶୁଣାଣି ଉପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି ।

ନୂଆଦିଲ୍ଲୀ : ପେଗାସସ୍ ଗୁପ୍ତଚର ମାମଲା ଉପରେ ସୋମବାର ସୁପ୍ରିମ କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ଏସଆଇଟି ଯାଞ୍ଚ ପାଇଁ ଆବେଦନ କରିଥିବା ଶୁଣାଣି ଉପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି । ଯଦିଓ ଅଦାଲତ ଏହି ରାୟ ପ୍ରଦାନ କରିବାର ତାରିଖ ଦେଇନାହାଁନ୍ତି, କିନ୍ତୁ ଆସନ୍ତା 2-3 ଦିନ ମଧ୍ୟରେ କୋର୍ଟ ଏହି ରାୟ ଶୁଣାଇ ପାରିବେ ବୋଲି ବିଶ୍ୱାସ କରାଯାଉଛି । ସମସ୍ତ ପକ୍ଷକୁ ଶୁଣିବା ପରେ ମୁଖ୍ୟ ବିଚାରପତି ଏନଭି ରମଣାଙ୍କ ନେତୃତ୍ୱର ଏକ ବେଞ୍ଚ କହିଛନ୍ତି ଯେ ଆମେ ବର୍ତ୍ତମାନ ନିଷ୍ପତ୍ତି ସଂରକ୍ଷଣ କରୁଛୁ, ଆସନ୍ତା 2-3 ଦିନ ମଧ୍ୟରେ ଆମେ ଆମର ଆଦେଶ ଘୋଷଣା କରିପାରୁ ।

supreme court of India

ଏଥି ସହିତ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସରକାର ଏକ ବିଶେଷଜ୍ଞ କମିଟି ଦ୍ୱାରା ସମସ୍ତ ପ୍ରଶ୍ନର ବିଚାର କରିବାକୁ ପ୍ରସ୍ତୁତ, କିନ୍ତୁ ଲୋକଙ୍କର ଗୋପନୀୟତା ଉପରେ ଧ୍ୟାନ ଦେବା ମଧ୍ୟ ସରକାରଙ୍କ ଦାୟିତ୍ୱ । ତୁଷାର ମେହେଟ୍ଟା କହିଛନ୍ତି ଯେ ସରକାର ଏହି ପ୍ରସଙ୍ଗକୁ ସମ୍ବେଦନଶୀଳ କରିବା ଭଳି ପଦକ୍ଷେପ ନେଇ ପାରିବେ ନାହିଁ ।

ତୁଷାର ମେହେଟ୍ଟା କହିଛନ୍ତି ଯେ ସରକାର ଜାତୀୟ ସୁରକ୍ଷାକୁ ବାଧା ଦେଇ ପାରିବେ ନାହିଁ । ହସ୍ତକ୍ଷେପ କୌଣସି ପ୍ରକାରେ ବେଆଇନ ନୁହେଁ । ଏକ ବିଶେଷଣ କମିଟି ଦ୍ୱାରା ଏହି ସବୁ ଅନୁସନ୍ଧାନ କରାଯାଉ, ସରକାରଙ୍କ ଏହି କମିଟି ସହିତ କୌଣସି ସମ୍ପର୍କ ରହିବ ନାହିଁ । ଏଥିସହ କମିଟିର ପ୍ରତ୍ୟକ୍ଷ ରିପୋର୍ଟ ସୁପ୍ରିମକୋର୍ଟକୁ ଆସିବ ।

ତୁଷାର ମେହେଟ୍ଟା କହିଛନ୍ତି ଯେ ଆମେ କୋର୍ଟରେ ଆଫିଡେଭିଟ୍ ଦାଖଲ କରିପାରିବୁ ନାହିଁ, କାରଣ ଆଫିଡେଭିଟ୍ ମାଧ୍ୟମରେ ଆମେ ଏହି ସୂଚନା ସାର୍ବଜନୀନ କରିପାରିବୁ ନାହିଁ । ସେ ଆହୁରି କହିଛନ୍ତି, "ଯଦି ମୁଁ କହୁଛି ଯେ ମୁଁ କୌଣସି ନିର୍ଦ୍ଦିଷ୍ଟ ସଫ୍ଟୱେର୍ ବ୍ୟବହାର କରୁନାହିଁ ତେବେ ଏହା ଦ୍ୱାରା ଟେକ୍ନଲୋଜି ସମ୍ପର୍କରେ ଜାଣିବାକୁ ଆତଙ୍କବାଦୀ ଉପାଦାନଗୁଡ଼ିକୁ ସହଜ ହେବ । ଆପଣଙ୍କୁ କହି ରଖୁଛୁ, ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଧ୍ୟ ପେଗାସସ୍ ମାମଲାରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+