ଜାତିଭିତ୍ତିକ ଜନଗଣନାକୁ ନେଇ ବିହାର ସରକାରଙ୍କୁ ଝଟକା, ହାଇକୋର୍ଟଙ୍କ ରୋକ ହଟାଇବାକୁ ମନା କଲେ

ନୂଆଦିଲ୍ଲୀ : ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ବିହାର ସରକାରଙ୍କୁ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ ଗୁରୁବାର ଏହାର ଶୁଣାଣି କରିଥିଲେ । ଏହି ସମୟରେ କୋର୍ଟ ଏବେ କୌଣସି ଜାତିଭିତ୍ତିକ ଜନଗଣନା ହେବ ନାହିଁ ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ସେ କହିଛନ୍ତି ଯେ ପାଟନା ହାଇକୋର୍ଟ ଜୁଲାଇ 3 ରେ ଶୁଣାଣି କରିବେ ।
ଏହି ସମୟରେ ସୁପ୍ରିମକୋର୍ଟ ମଧ୍ୟ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି । ସେ କହିଛନ୍ତି ଯେ ପାଟନା ହାଇକୋର୍ଟକୁ ଶୁଣାଣି କରିବାକୁ ଦିଅନ୍ତୁ । ସେମାନେ ଜୁଲାଇ 3 ରେ ଶୁଣାଣି କରିବେ । ଏହି ସମୟ ମଧ୍ୟରେ ବିହାର ସରକାର ନିଜର ପକ୍ଷ ରଖିବେ । ଏହା ପରେ ଆମେ ଜୁଲାଇ 14 ରେ ଶୁଣଣି କରିବୁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ବିହାରରେ ଜାତି ଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟ ମେ 4 ରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଥିଲେ । ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ବିହାରର ନୀତିଶ କୁମାର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।












Click it and Unblock the Notifications