କେବଳ 18 ବର୍ଷ ବୟସ ପର୍ଯ୍ୟନ୍ତ ନୁହେଁ ଡିଗ୍ରୀ ପାଇବା ପର୍ଯ୍ୟନ୍ତ ପୁଅକୁ ଭରଣା ଦେବେ ବାପା : ସୁପ୍ରିମ କୋର୍ଟ

ପୁଅକୁ କେବଳ 18 ବର୍ଷ ବୟସ ପର୍ଯ୍ୟନ୍ତ ନୁହେଁ, ବରଂ ସେ ଡିଗ୍ରୀ ପାଠ୍ୟକ୍ରମ ଶେଷ କରିବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜଣେ ପିତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ନୂଆଦିଲ୍ଲୀ : ପୁଅକୁ କେବଳ 18 ବର୍ଷ ବୟସ ପର୍ଯ୍ୟନ୍ତ ନୁହେଁ, ବରଂ ସେ ଡିଗ୍ରୀ ପାଠ୍ୟକ୍ରମ ଶେଷ କରିବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜଣେ ପିତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସ୍ନାତକୋତ୍ତର ମଧ୍ୟ ମୌଳିକ ଶିକ୍ଷା ଭାବରେ ବିବେଚନା କରାଯାଏ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।

ପୁଅର ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ 2021 ମାର୍ଚ୍ଚ 31 ପର୍ଯ୍ୟନ୍ତ ଅର୍ଥିକ ସହାୟତା ଦେବାକୁ ଜଷ୍ଟିସ୍ ଧନଞ୍ଜୟ ଚନ୍ଦ୍ରଚୁଡ଼ ଏବଂ ଏମ୍ ଆର ଶାହାଙ୍କୁ ନେଇ ଗଠିତ ଏକ ବେଞ୍ଚ ଉକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Supreme-Court-India

ପାରିବାରିକ ଅଦାଲତର ଆଦେଶକୁ ସଂଶୋଧନ କରିବା ସହ ବେଞ୍ଚ କହିଛନ୍ତି ଯେ, "ସେ 18 ବର୍ଷ ବୟସ ପର୍ଯ୍ୟନ୍ତ କେବଳ ଅର୍ଥ ଦେବା ଯଥେଷ୍ଟ ହେବ ନାହିଁ । ମୌଳିକ ଡିଗ୍ରୀ କେବଳ ଜଣେ କଲେଜ ଶେଷ ହେବା ପରେ ହିଁ ହୋଇଥାଏ । ସେ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିବା ପର୍ଯ୍ୟନ୍ତ ତାଙ୍କ ଶିକ୍ଷା ପାଇଁ ଦେୟ ଦେବା ଉଚିତ୍ ।"

ସେପ୍ଟେମ୍ବର 2017 ପାରିବାରିକ ଅଦାଲତ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ପ୍ରଥମ ବିବାହରେ ଜନ୍ମିତ ପୁଅକୁ 18 ବର୍ଷ ବୟସ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ମାସିକ 20,000 ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଦମ୍ପତିଙ୍କ ବିବାହ 1999ରେ ହୋଇଥିବା ବେଳେ 2004ରେ ପୁଅ ଜନ୍ମ ହୋଇଥିଲା ।

ସୁପ୍ରିମ କୋର୍ଟରେ ବ୍ୟକ୍ତି ଜଣକ ଯୁକ୍ତି ବାଢିଥିଲେ ଯେ, ତାଙ୍କର ଦରମା 20,000 ରୁ ମାତ୍ର ଅଳ୍ପ ଅଧିକ । ସେ ପୁନର୍ବାର ବିବାହ କରିବା ପରେ ତାଙ୍କର ଦୁଇଟି ସନ୍ତାନ ଥିଲେ । ପ୍ରଥମ ବିବାହରୁ ପୁଅକୁ 20,000 ଟଙ୍କା ଦେଇ ତାଙ୍କ ନୂତନ ପରିବାରର ରକ୍ଷଣାବେକ୍ଷଣ ହେବା କଷ୍ଟକର ହୋଇପଡ଼ିବ । ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଥମ ମହିଳାଙ୍କର ଅନ୍ୟ ଜଣକ ସହ ସମ୍ପର୍କ ଥିବାରୁ ତାଙ୍କ ଠାରୁ ବ୍ୟକ୍ତି ଜଣକ ଅଲଗା ହୋଇଥିଲେ ।

କିନ୍ତୁ ଏହାର ଉତ୍ତରରେ ବେଞ୍ଚ ରାୟ ଦେଇଛି ଯେ, "ଏଥିପାଇଁ ତୁମେ ପିଲାକୁ ଦଣ୍ଡ ଦେଇ ପାରିବ ନାହିଁ । ପିଲାଟି ଏସବୁ କରିବା ଉଚିତ୍ କି ? ଆଉ ଯେତେବେଳେ ଆପଣ ଦ୍ୱିତୀୟ ବିବାହ କଲେ, ସେତେବେଳେ ଆପଣ ଭାବିବା କଥା କି ତୁମର ଏକ ସନ୍ତାନ ଅଛି ଯାହାକୁ ସମର୍ଥନ କରିବା ଆବଶ୍ୟକ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+