ସଂସ୍କୃତକୁ ଜାତୀୟ ଭାଷା ଘୋଷଣା କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ଶୁଣାଣି ସମୟରେ କୋର୍ଟ କହିଛନ୍ତି ଏ ପ୍ରସଙ୍ଗରେ ସଂସଦ ନିଷ୍ପତ୍ତି ନେବେ । ଏଥିପାଇଁ ବିତର୍କର ଆବଶ୍ୟକତା ରହିଛି, ସମ୍ବିଧାନରେ ପରିବର୍ତ୍ତନ ଆବଶ୍ୟକ, ନୀତିରେ ପରିବର୍ତ୍ତନ ଆବଶ୍ୟକ ।
ନୂଆଦିଲ୍ଲୀ : ସଂସ୍କୃତ ଭାଷାକୁ ଦେଶର ଜାତୀୟ ଭାଷା ବୋଲି ଘୋଷଣା କରିବାକୁ ଦାଖଲ ଆବେଦନକୁ ସୁପ୍ରିମକୋର୍ଟରେ ଖାରଜ କରିଦେଇଛନ୍ତି । ଏହି ଆବେଦନ ଶୁଣାଣି କରି ସୁପ୍ରିମକୋର୍ଟର ଜଷ୍ଟିସ ଏମଆର ଶାହାଙ୍କ ବେଞ୍ଚ କହିଛନ୍ତି ଯେ ଏହା ହେଉଛି ଏକ ପ୍ରସଙ୍ଗ ଯାହା ଉପରେ କୋର୍ଟ ନିଷ୍ପତ୍ତି ନେଇପାରିବେ ନାହିଁ ।

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଏ ପ୍ରସଙ୍ଗରେ ସଂସଦ ନିଷ୍ପତ୍ତି ନେବେ । ଏଥିପାଇଁ ବିତର୍କର ଆବଶ୍ୟକତା ରହିଛି, ସମ୍ବିଧାନରେ ପରିବର୍ତ୍ତନ ଆବଶ୍ୟକ, ନୀତିରେ ପରିବର୍ତ୍ତନ ଆବଶ୍ୟକ । ଏହା ଉପରେ କୋର୍ଟ କହିଛନ୍ତି ଯେ ଏହି ମାମଲାରେ ଆମେ ବିଜ୍ଞପ୍ତି ପ୍ରକାଶ କରିବୁ ନାହିଁ, ଯାହାଫଳରେ ଏହି ପ୍ରକାରର ଆବେଦନ ଲୋକପ୍ରିୟ ହେବ ।
ଉଲ୍ଲେଖଯୋଗ୍ୟ, ଗୁଜୁରାଟ ସରକାରଙ୍କ ପୂର୍ବତନ ଅତିରିକ୍ତ ସଚିବ କେଜି ଭାଞ୍ଜାରା ଏହି ପିଆଇଏଲ ଆଗତ କରିଥିଲେ । ହିନ୍ଦୀକୁ ସରକାରୀ ଭାଷା ଭାବରେ ଜାରି ରଖିବା ବେଳେ ସଂସ୍କୃତକୁ ଜାତୀୟ ଭାଷା ଭାବରେ ସୂଚିତ କରିବା ପାଇଁ ସେ ସର୍ବୋଚ୍ଚ ଅଦାଲତରେ ଆବେଦନ କରି ଏହି ପିଆଏଲ ଆଗତ କରିଥିଲେ ।












Click it and Unblock the Notifications