ହିଜାବ ବିବାଦ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ- ଜାତୀୟ ପ୍ରସଙ୍ଗ କର ନାହିଁ, ସମୟ ଆସିଲେ ହସ୍ତକ୍ଷେପ କରିବୁ
ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ କର୍ଣ୍ଣାଟକରେ କ'ଣ ଘଟୁଛି ତାହା ଉପରେ ନଜର ରଖିବା ସହିତ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଉପରେ ନଜର ରଖିଛୁ । ଏହାକୁ ଜାତୀୟ ସ୍ତରର ପ୍ରସଙ୍ଗ ନକରିବାକୁ ସୁପ୍ରିମକୋର୍ଟ ଓକିଲମାନଙ୍କୁ କହିଛନ୍ତି ।
ନୂଆଦିଲ୍ଲୀ : କର୍ଣ୍ଣାଟକ ହାଇକୋର୍ଟ ହିଜାବ ବିବାଦ ଉପରେ ମଧ୍ୟବର୍ତ୍ତୀକାଳୀନ ରାୟ ଦେଇ କହିଛନ୍ତି ଯେ ଏହି ମାମଲା ଚାଲିଥିବାବେଳେ ଛାତ୍ରମାନେ ଧାର୍ମିକ ପୋଷାକ ପିନ୍ଧି କଲେଜ ଯିବା ଉଚିତ ନୁହେଁ । କୋର୍ଟର ଏହି ନିଷ୍ପତ୍ତି ବିରୋଧରେ ଆବେଦନକାରୀମାନେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ କର୍ଣ୍ଣାଟକରେ କ'ଣ ଘଟୁଛି ତାହା ଉପରେ ନଜର ରଖିବା ସହିତ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଉପରେ ନଜର ରଖିଛୁ । ଏହାକୁ ଜାତୀୟ ସ୍ତରର ପ୍ରସଙ୍ଗ ନକରିବାକୁ ସୁପ୍ରିମକୋର୍ଟ ଓକିଲମାନଙ୍କୁ କହିଛନ୍ତି, ଠିକ୍ ସମୟରେ ଏଥିରେ ହସ୍ତକ୍ଷେପ କରାଯିବ ବୋଲ କୋର୍ଟ କହିଛନ୍ତି । ବର୍ତ୍ତମାନ ଏହି ମାମଲାରେ ଜରୁରୀକାଳୀନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ।

ସଲିସିଟର୍ ଜେନେରାଲ୍ ତୁଷାର ମେହେଟା କହିଛନ୍ତି, କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇ ନ ଥିଲା ବେଳେ ମାମଲାକୁ କେମିତି ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରାଯାଇ ପାରିବ ? ମାମଲାର ରାଜନୀତିକରଣ କରନ୍ତୁ ନାହିଁ । ହାଇକୋର୍ଟ ମାମଲାର ନିଷ୍ପତ୍ତି ନିଅନ୍ତୁ ।
ଜଣେ ସାମାଜିକକର୍ମୀ ଭାବେ ହିଜାବ୍ ସଂକ୍ରାନ୍ତରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା କରିଥିବା ଅନ୍ୟତମ ଆବେଦନକାରୀ ଅରିଫ୍ ଜମୀଲ୍ ଆଜି ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପିଟିସନ୍ରେ ସେ ଲେଖିଛନ୍ତି, ଫେବ୍ରୁଆରି 15 ରୁ 'ପ୍ରାକ୍ଟିକାଲ୍' ପରୀକ୍ଷା ଆରମ୍ଭ ହେବ । ମୁସଲ୍ମାନ ଝିଅମାନଙ୍କୁ ହିଜାବ୍ ପିନ୍ଧିବା ଅଧିକାରରୁ ବଞ୍ଚିତ କରିବା ଦ୍ୱାରା ସେମାନଙ୍କ ଶିକ୍ଷାରେ ବାଧା ସୃଷ୍ଟି କରିବ । ତେଣୁ, କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିବା ସହ ହିଜାବ୍ ମାମଲାରେ ସାମୟିକ ଆଶ୍ୱସ୍ତି ଦିଅନ୍ତୁ ।












Click it and Unblock the Notifications