ଘୁଞ୍ଚିବନି GATE - 2022 ପରୀକ୍ଷା : ସୁପ୍ରିମ କୋର୍ଟ

ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ GATE-2022 ପରୀକ୍ଷା । ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟୀକରଣ କରିଛନ୍ତି ସୁପ୍ରିମକୋର୍ଟ ।

ନୂଆଦିଲ୍ଲୀ : ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ GATE-2022 ପରୀକ୍ଷା । ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟୀକରଣ କରିଛନ୍ତି ସୁପ୍ରିମକୋର୍ଟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି GATE-2022 ପରୀକ୍ଷାକୁ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ଏହି ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

supreme court of India

ଗୁରୁବାର ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି କହିଥିଲେ କି ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଦେଶରେ ଏବେ ସବୁକିଛି ଖୋଲା ରହିଛି । ଏପରି ସ୍ଥିତିରେ ଯଦି ପରୀକ୍ଷା ସ୍ଥଗିତ ରଖାଯାଏ ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବ । ଏଥିସହ ଯେଉଁ ପିଲାମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ସହ ଖେଳା ଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୂଚନା ଅନୁସାରେ GATE-2022 ପରୀକ୍ଷା ଫେବୃଆରୀ 5,6,12 ଓ 13 ରେ ଅନୁଷ୍ଠିତ ହେବ । ଚଳିତ ଥର ଗେଟ୍ ପରୀକ୍ଷା ପାଇଁ ପ୍ରାୟ 9 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ତେବେ ପରୀକ୍ଷା ସ୍ଥଗିତ କରିବା ପାଇଁ ସୁପ୍ରିମକୋର୍ଟରେ ଦୁଇଟି ପିଟିସନ ଦାୟର ହୋଇଥିଲା । ଗୋଟିଏ ପିଟିସନ ଜଣେ ଗେଟ୍ ପାଇଁ ଥିବା ଆଶାୟୀ କରିଥିବାବେଳେ ଆଉ ଏକ ପିଟିସନ ଉମେଶ ଦାଣ୍ଡେ ଦାୟର କରିଛନ୍ତି ଯିଏ ଏକ ଶିକ୍ଷା ପ୍ରତିଷ୍ଠାନ ଚଳାଉଛନ୍ତି । ତେବେ ଏହି ଉଭୟ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+