ଆଉ ଦୁଇ ବିଚାରପଚିଙ୍କ ନିଯୁକ୍ତି ପାଇଁ ସୁପାରିଶ କଲା କଲିଜିୟମ

ବିଚାରପଚି ନିଯୁକ୍ତି ନେଇ କେନ୍ଦ୍ର ଓ ସୁପ୍ରିମକୋର୍ଟ କଲିଜିୟମ୍ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆଉ ଦୁଇ ଜଣ ବିଚାରପଚିଙ୍କୁ ନିଯୁକ୍ତ ଦେବାକୁ ସୁପାରିଶ କରିଛି କଲିଜିୟମ୍ ।

supreme court

ନୂଆଦିଲ୍ଲୀ : ବିଚାରପଚି ନିଯୁକ୍ତି ନେଇ କେନ୍ଦ୍ର ଓ ସୁପ୍ରିମକୋର୍ଟ କଲିଜିୟମ୍ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆଉ ଦୁଇ ଜଣ ବିଚାରପଚିଙ୍କୁ ନିଯୁକ୍ତ ଦେବାକୁ ସୁପାରିଶ କରିଛି କଲିଜିୟମ୍ । ମୁଖ୍ୟ ବିଚାରପତିଙ୍କ ନେତୃତ୍ୱାଧୀନ ସୁପ୍ରିମକୋର୍ଟ କଲେଜିୟମ ମଙ୍ଗଳବାର ଦିନ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ରାଜେଶ ବିନ୍ଦଲ ଏବଂ ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ଅରବିନ୍ଦ କୁମାରଙ୍କୁ ସର୍ବୋଚ୍ଚ ଅଦାଲତର ବିଚାରପତି ଭାବରେ ନିଯୁକ୍ତ କରିବାକୁ ସୁପାରିଶ କରିଛନ୍ତି । ଏହି ପ୍ରସ୍ତାବ ସୁପ୍ରିମକୋର୍ଟର ୱେବସାଇଟରେ ଅପଲୋଡ୍ ହୋଇଛି ।

ଏଥିରେ କୁହାଯାଇଛି ଯେ ଆହ୍ଲାବାଦରେ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ନିଯୁକ୍ତିକୁ ନେଇ କଲେଜିୟମ ଏକମତ । ପ୍ରକାଶ ଥାଉକି, ଜଷ୍ଟିସ ଅରବିନ୍ଦ କୁମାରଙ୍କୁ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେବା ସଂପର୍କରେ ଗୁଜରାଟର ଜଷ୍ଟିସ କେ.ଏମ ଜୋସେଫ ନିଜର ମତ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ନାମ ଉପରେ ମଧ୍ୟ ବିଚାର କରାଯାଇପାରେ ।

ଉଲ୍ଲେଖଯୋଗ୍ୟ, 13 ଡିସେମ୍ବର 2022 ରେ କଲିଜିୟମ ରାଜସ୍ଥାନ ହାଇକୋର୍ଟମୁଖ୍ୟ ବିଚାରପତି ପଙ୍କଜ ମିତ୍ତଲ, ପାଟନା ହାଇକୋର୍ଟମୁଖ୍ୟ ବିଚାରପତି ସଞ୍ଜୟ କାରୋଲ, ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ପିଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଆହ୍ଲାବାଦ ହାଇକୋର୍ଟ ବିଚାରପତି ମନୋଜ ମିଶ୍ରଙ୍କ ନାମ ସୁପ୍ରିମକୋର୍ଟ ବିଚାରପତି ଭାବେ ସୁପାରିଶ କରିଥିଲେ । କେନ୍ଦ୍ର ଏପର୍ଯ୍ୟନ୍ତ ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+