ପୀଡ଼ିତାଙ୍କ ଠାରୁ ରାଖୀ ବନ୍ଧା ହେବା ସର୍ତ୍ତରେ ଜାମିନ୍ ନେଇ ହାଇକୋର୍ଟଙ୍କ ରାୟକୁ ବଦଳାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ହାଇକୋର୍ଟର ନିଷ୍ପତ୍ତିକୁ ବଦଳାଇଲେ ସୁପ୍ରିମକୋର୍ଟ । ଏକ ଅସଦାଚରଣ ମାମଲାରେ ପୀଡ଼ିତାଙ୍କ ଠାରୁ ରାକ୍ଷୀ ବାନ୍ଧିବା ସର୍ତ୍ତ ରଖି ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହା ପରେ ନଅ ଜଣ ମହିଳା ଓକିଲ ଏହି ରାୟକୁ ନେଇ ସୁପ୍ରମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗୁରୁବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଏପରି ରାୟ ଠାରୁ ଅଦାଲତ ଦୂରେଇ ରହିବା ଉଚିତ୍ ।

ମଧ୍ୟପ୍ରଦେଶର ଏହି ମାମଲା 2020 ମସିହାର । ବିକ୍ରମ ବାଙ୍ଗରୀ ନାମକ ଜଣେ ବ୍ୟକ୍ତି ଘରେ ପ୍ରବେଶ କରି ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ତାଙ୍କୁ ଗିରଫ କରାଯାଇ ଉଜେନ ଜେଲକୁ ପଠାଯାଇଥିଲା । ଏହି ମାମଲାରେ ବିକ୍ରମକୁ ନିମ୍ନ ଅଦାଲତରୁ ଜାମିନ ନ ମିଳିବାରୁ ହାଇକୋର୍ଟରେ ଜାମିନ ଆବେଦନ କରିଥିଲା । 30 ଜୁଲାଇ 2020 ରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ବିକ୍ରମଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ବେଳେ ଜଷ୍ଟିସ ରୋହିତ ଆର୍ଯ୍ୟ ସର୍ତ୍ତ ରଖିଛନ୍ତି ଯେ, ଅଭିଯୁକ୍ତ ରକ୍ଷାବନ୍ଧନରେ ପୀଡିତାଙ୍କ ଘରକୁ ଯାଇ ତାଙ୍କ ହାତରୁ ରାଖୀ ବାନ୍ଧିବ । ସେ ପୀଡିତାଙ୍କୁ ଭଉଣୀ ପରି ବ୍ୟବହାର କରି ସୁରକ୍ଷା ଦେବେ ବୋଲି ମଧ୍ୟ ପ୍ରତିଶୃତି ଦେବେ ବୋଲି କୋର୍ଟ ସର୍ତ୍ତ ରଖିଥିଲେ ।
ସୁପ୍ରିମକୋର୍ଟରେ ହୋଇଥିଲା ଚ୍ୟାଲେଞ୍ଜ
ଏହି ନିଷ୍ପତ୍ତିକୁ ଆଇନର ବିରୋଧରେ ବୋଲି କହି ନଅ ଜଣ ମହିଳା ଓକିଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ପରିସ୍ଥିତିରେ ଏହି ନିଷ୍ପତ୍ତିକୁ ସ୍ଥଗିତ କରିବାକୁ ସେମାନେ ଆବେଦନ କରିଥିଲେ । ଗତ ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ସଞ୍ଜୟ ହେଗଡେ ଏବଂ ଓକିଲ ଅପର୍ଣ୍ଣା ଭଟ୍ଟ ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିଲେ ଯେ ଏହା ଏକ ବିଶେଷ ପରିସ୍ଥିତି । ଏପରି ସର୍ତ୍ତ ରଖି, ପୀଡ଼ିତାଙ୍କ ମାନସିକସ୍ଥିତି ବିଗାଡୁଛନ୍ତି । ଏହିପରି ସର୍ତ୍ତ ଆଇନର ନୀତି ବିରୁଦ୍ଧରେ ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ।


Click it and Unblock the Notifications