ସରକାର ମିଛ କହୁଛନ୍ତି, କୁହାହୋଇଛି ଆଇନରେ କଣ ରହିଛି ଭୁଲ୍ : କୃଷକ ନେତା
ଆଠ ମାସ ଧରି କେନ୍ଦ୍ରର ନୂତନ କୃଷି ନିୟମ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ମିଛ କହୁଛନ୍ତି । ଶନିବାର ଦିନ ୟୁନାଇଟେଡ୍ କିଷାନ୍ ମୋର୍ଚ୍ଚା ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ।
ନୂଆଦିଲ୍ଲୀ : ଆଠ ମାସ ଧରି କେନ୍ଦ୍ରର ନୂତନ କୃଷି ନିୟମ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ମିଛ କହୁଛନ୍ତି । ଶନିବାର ଦିନ ୟୁନାଇଟେଡ୍ କିଷାନ୍ ମୋର୍ଚ୍ଚା ଏକ ସାମ୍ବାଦିକ ସମ୍ମିଳନୀରେ କହିଛି, ସରକାର କହିଛନ୍ତି ଯେ କୃଷକମାନେ ସେମାନଙ୍କୁ ଆଇନର ଭୁଲତ୍ରୁଟି କହୁନାହାନ୍ତି, କେବଳ ଏହି ଆଇନଗୁଡ଼ିକ କଳା କାନୁନ ବୋଲି କହୁଛନ୍ତି । ସରକାରଙ୍କ ଏହି ବିବୃତ୍ତି ସମ୍ପୂର୍ଣ୍ଣ ଭୁଲ ଅଟେ । ସରକାର ଏବଂ କୃଷକ ସଂଗଠନର ନେତାଙ୍କ ସହ ଆୟୋଜିତ ବୈଠକରେ କୃଷକମାନେ ଆଇନର ଭୁଲତ୍ରୁଟି ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କ ସମ୍ମୁଖରେ ସ୍ପଷ୍ଟ କରିଛନ୍ତି ।

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ କୃଷକ ଆନ୍ଦୋଳନ ସମ୍ପର୍କରେ କହିଛନ୍ତି ଯେ ଆଇନ ପ୍ରତ୍ୟାହାର ପାଇଁ ଦାବି ଜାରି ରହିଛି । ଏହି ଆଇନକୁ କଳା ନିୟମ କୁହାଯାଉଛି, କିନ୍ତୁ ଏଠାରେ କଣ ଭୁଲତ୍ରୁଟି ରହିଛି ତାହା କେହି କହୁନାନ୍ତି । ସମସ୍ତେ କେବଳ ନିୟମର ରଙ୍ଗ ବିଷୟରେ କହୁଛନ୍ତି । କୃଷକ ନେତା ବଲବୀର ସିଂ ରାଜୱାଲ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ନିନ୍ଦା କରି କହିଛନ୍ତି ଯେ, ଭାରତ ସରକାର ମିଛ କହି ସମଗ୍ର ଦେଶକୁ ବିଭ୍ରାନ୍ତ କରୁଛନ୍ତି । ସରକାର କହୁଛନ୍ତି ଯେ ଏହି ଆଇନରେ କଳା କ'ଣ ଆମକୁ କୁହାଯାଉ ନାହିଁ । ସରକାରଙ୍କ ସହ 11 ଟି ବୈଠକରେ, ତିନି ତିନି ଥର ଏଥିରେ ଥିବା ଦୋଷତ୍ରୁଟି ବିଷୟରେ କୁହାଯାଇଛି । ଯଦି ସରକାର ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି ତେବେ କଣ କରାଯାଇପାରିବ ।
122 କୃଷକ ଗିରଫ
ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଏହି ଆନ୍ଦୋଳନରେ ଜଡ଼ିତ କୃଷକମାନଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ କରାଯାଉଛି ଏବଂ ହଇରାଣ କରାଯାଉଛି । 122 ଚାଷୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । 26 ଜାନୁଆରୀ ଏବଂ ପରେ ଗିରଫ ହୋଇଥିବା ଏହି ଲୋକମାନଙ୍କର ଆଇନଗତ ଏବଂ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ମଧ୍ୟ ମୋର୍ଚ୍ଚା ଘୋଷଣା କରିଛି । ଏହା ସହିତ କିଷାନ୍ ମୋର୍ଚ୍ଚା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସହ ଅନେକ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ କୌଣସି ନିସ୍କର୍ଷ ବାହାରି ପାରିନାହିଁ । ଏହା ପରେ ସାରା ଦେଶରେ ଚାଷୀଙ୍କ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି କିଷାନ୍ ମୋର୍ଚ୍ଚା କହିଛି ।
କ'ଣ ରହିଛି ସମ୍ପୂର୍ଣ୍ଣ ଘଟଣା ?
ଗତ ବର୍ଷ ଜୁନ୍ ମାସରେ କେନ୍ଦ୍ର ସରକାର ତିନୋଟି ନୂତନ କୃଷି ଆଇନ ଲାଗୁ କରିଥିଲେ । ଏଥିରେ ସରକାରୀ ମଣ୍ଡି ବାହାରେ କ୍ରୟ, ଚୁକ୍ତିନାମା ଚାଷକୁ ଅନୁମୋଦନ କରିବା ଏବଂ ଅନେକ ଶସ୍ୟ ଏବଂ ଡାଲିର ଷ୍ଟକ୍ ସୀମା ସମାପ୍ତ କରିବା ଭଳି ବ୍ୟବସ୍ଥା କରିଛି । ଏହାକୁ ବିରୋଧ କରି ଗତ ବର୍ଷ ଜୁନ୍ ମାସରୁ କୃଷକମାନେ ଆନ୍ଦୋଳନ ଜାରି ରଖିବା ସହ ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି । ମୁଖ୍ୟତଃ ହରିୟାଣା ଏବଂ ପଞ୍ଜାବରେ ଜୁନ୍ 2020 ରୁ ନଭେମ୍ବର ପର୍ଯ୍ୟନ୍ତ କୃଷକଙ୍କ ଆନ୍ଦୋଳନ ଚାଲିଥିଲା । ସରକାର ଏହି ଆନ୍ଦୋଳନ ଉପରେ ଧ୍ୟାନ ନଦେବାରୁ ନଭେମ୍ବର 26 ରେ କୃଷକମାନେ ଦିଲ୍ଲୀ ଆସିଥିଲେ । ଏହା ପରେ, 26 ନଭେମ୍ବର 2020 ରୁ ଦେଶର ବିଭିନ୍ନ ସ୍ଥାନରୁ କୃଷକମାନେ ସିଙ୍ଗୁ ସୀମା, ଟିକରୀ ସୀମା, ଗାଜୀପୁର ସୀମା ସହିତ ଦିଲ୍ଲୀ ଏବଂ ହରିୟାଣାକୁ ସଂଯୋଗ କରୁଥିବା ଦିଲ୍ଲୀର ଅନ୍ୟ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ।
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications