ନିର୍ବାଚନୀ ରାଜ୍ୟରେ ବିଜେପି ବିରୋଧରେ ଲଢୁଥିବା ଦଳର ସମର୍ଥନରେ ଭୋଟ୍ ମାଗିବେ କୃଷକ : ସଂଯୁକ୍ତ କିଷାନ୍ ମୋର୍ଚ୍ଚା

ବିଜେପି ବିରୋଧରେ ଲଢୁଥିବା ଦଳ ପାଇଁ ଭୋଟ୍ ମାଗିବେ କୃଷକ । କିଷାନ୍ ସଂଯୁକ୍ତ ମୋର୍ଚ୍ଚା କୃଷକଙ୍କ ପ୍ରତି ସମର୍ଥନ ଜୁଟାଇବା ପାଇଁ ସମଗ୍ର ଭାରତରେ 'ଏମଏସପି ଦିଲାଓ ଆନ୍ଦୋଳନ' ଚଲାଇବେ ବୋଲି ଘୋଷଣା କରିଛି ।

ନୂଆଦିଲ୍ଲୀ : ବିଜେପି ବିରୋଧରେ ଲଢୁଥିବା ଦଳ ପାଇଁ ଭୋଟ୍ ମାଗିବେ କୃଷକ । ଚଳିତ ବର୍ଷ ମାର୍ଚ୍ଚ ଓ ଅପ୍ରେଲ ମାସରେ ଚୋରାଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ବିରୋଧୀ ଦଳ ପାଇଁ ଭୋଟ୍ ମାଗିବା ସହ ବିଜେପିକୁ ବିରୋଧ କରିବେ ବୋଲି ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଘୋଷଣା କରିଛି । କିଷାନ୍ ସଂଯୁକ୍ତ ମୋର୍ଚ୍ଚା କୃଷକଙ୍କ ପ୍ରତି ସମର୍ଥନ ଜୁଟାଇବା ପାଇଁ ସମଗ୍ର ଭାରତରେ 'ଏମଏସପି ଦିଲାଓ ଆନ୍ଦୋଳନ' ଚଲାଇବେ ବୋଲି ଘୋଷଣା କରିଛି ।

Farmer- Protest

ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରେ କ୍ରୟ ପାଇଁ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ପାଇଁ ଏହି ଅଭିଯାନ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଆରମ୍ଭ ହେବ ଏବଂ ପରେ ଅନ୍ୟାନ୍ୟ ରାଜ୍ୟକୁ ଏହା ବ୍ୟାପିବ ବୋଲି କୁହାଯାଇଛି । ଭାରତୀୟ କିଷାନ୍ ୟୁନିଅନ୍ (ରାଜୱାଲ) ନେତା ବଲବୀର୍ ସିଂ ରାଜୱାଲ କହିଛନ୍ତି, ' ବିଧାନସଭା ନିର୍ବାଚନ ହେବାକୁ ଥିବା ବଙ୍ଗଳା ଏବଂ କେରଳ ଭଳି ରାଜ୍ୟକୁ ଆମର ପ୍ରତିନିଧି ପଠାଇବୁ । ଆମେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରିବୁ ନାହିଁ, କିନ୍ତୁ କୃଷକଙ୍କ ପ୍ରତି ବିଜେପିର ମନୋଭାବକୁ ଦୃଷ୍ଟିରେ ରଖି ଆମେ ଲୋକଙ୍କୁ ନିବେଦନ କରିବୁ, ତାକୁ ଭୋଟ୍ ଦିଅନ୍ତୁ ଯିଏ ବିଜେପିକୁ ପରାସ୍ତ କରିପାରିବ ।

ଏହି ବିଷୟରେ ଅଧିକ ସୂଚନା ଦେଇ ସ୍ୱରାଜ ଭାରତ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି, 'କୋଲକାତାରେ ମାର୍ଚ୍ଚ 12 ରୁ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହିତ ଏହି ଆନ୍ଦୋଳନ ଆରମ୍ଭ ହେବ। ଆମେ ଲୋକମାନଙ୍କୁ ନିବେଦନ କରିବୁ ଯେ କୃଷକ ବିରୋଧୀ ଆଇନ ଆଣିବା ପାଇଁ ସେମାନେ ବିଜେପି ଏବଂ ଏହାର ସହଯୋଗୀମାନଙ୍କୁ ଉତ୍ତର ଦେବା ଉଚିତ୍ । ଦୀର୍ଘ ଦିନ ଧରି କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ନେତାଙ୍କ ସଂଗଠନ ମଙ୍ଗଳବାର ଦିନ କହିଛନ୍ତି ଯେ ସେମାନଙ୍କ ନେତାମାନେ ବିଧାନସଭା ନିର୍ବାଚନ ହେବାକୁ ରାଜ୍ୟକୁ ଯାଇ ବିଜେପି ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳର ସମର୍ଥନରେ ଭୋଟ୍ ମାଗିବେ ।

ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ପ୍ରତିନିଧୀମାନେ ତାମିଲନାଡୁ ଏବଂ ଆସାମ ଭଳି ନିର୍ବାଚନ ରାଜ୍ୟ ଗସ୍ତ କରିବେ କିନ୍ତୁ ପଶ୍ଚିମବଙ୍ଗ ଏବଂ କେରଳ ଉପରେ ସେମାନଙ୍କର ଧ୍ୟାନ ଅଧିକ ରହିବ । ଅଲ ଇଣ୍ଡିଆ କିସାନ ସଭା ସହିତ ଜଡିତ ବାମ ଦଳଙ୍କ ସହାୟତାରେ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ଅଧିକ ଲୋକଙ୍କୁ ଏକତ୍ର କରିପାରିବେ। । ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି, ସେମାନେ ମାର୍ଚ୍ଚ 15 ରେ 10 ଟି ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ସହଯୋଗରେ ଆଣ୍ଟି-ପ୍ରାଇଭେଟାଇଜେସନ୍ ଦିବସ ପାଳନ କରିବେ । ଏଥି ସହ ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ କୃଷକ ଏବଂ ଶ୍ରମିକମାନେ ମିଶି ଏହି ଲଢେଇ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମାର୍ଚ୍ଚ 15 ରେ ଆମେ ଘରୋଇକରଣ ଏବଂ କର୍ପୋରେଟାଇଜେସନ୍ ବିରୋଧରେ ରାସ୍ତାକୁ ଓହ୍ଲାଇବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+