Get Updates
Get notified of breaking news, exclusive insights, and must-see stories!

ଗାଜିଆବାଦର 5 ବର୍ଷିୟା ବାଳିକା ଠାରେ ଦେଖାଦେଲା ମଙ୍କିପକ୍ସ ପରି ଲକ୍ଷଣ, ଯାଞ୍ଚ ପାଇଁ ପଠାଗଲା ନମୁନା

ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଜଣେ ଝିଅ ଠାରେ ମଙ୍କିପକ୍ସ ଭଳି ଲକ୍ଷଣ ଦେଖା ଦେଇଛି । ସତର୍କତା ଅବଲମ୍ବନ କରି ଏହି 5 ବର୍ଷିୟା ଝିଅର ନମୁନା ନିଆଯାଇଛି ।

ଗାଜିଆବାଦ : କରୋନା ମହାମାରୀ ମଧ୍ୟରେ ମଙ୍କିପକ୍ସ ସଂକ୍ରମଣ ସାରା ବିଶ୍ୱରେ ବ୍ୟାପିଥିବାର ଖବର ରହିଛି, ଯେଉଁଥିପାଇଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ସମୟରେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଜଣେ ଝିଅ ଠାରେ ମଙ୍କିପକ୍ସ ଭଳି ଲକ୍ଷଣ ଦେଖା ଦେଇଛି । ସତର୍କତା ଅବଲମ୍ବନ କରି ଏହି 5 ବର୍ଷିୟା ଝିଅର ନମୁନା ନିଆଯାଇଛି ।

ସେ ଦେହରେ କୁଣ୍ଡେଇ ହେବା ସହ ଘା 'ହୋଇଥିବାର ଅଭିଯୋଗ କରିବା ପରେ ଏହି ନମୁନା ସଂଗ୍ର କରି ପରୀକ୍ଷା ପାଇଁ ପଠାଯାଇଛି । ନାବାଳିକାଙ୍କ ପରିବାର ସଦସ୍ୟଙ୍କୁ ଅଲଗା କରାଯାଇଛି ଏବଂ ସମ୍ପୂର୍ଣ୍ଣ ରିପୋର୍ଟ ସରକାରଙ୍କୁ ପଠାଯାଇଛି ।

monkeypox

ନ୍ୟୁଜ୍ ଏଜେନ୍ସି ANI ର ଖବର ଅନୁଯାୟୀ, ଜଣେ ପାଞ୍ଚ ବର୍ଷର ଝିଅକୁ ଶୁକ୍ରବାର ଦିନ ରାଜନଗରର ହର୍ଷ ENT କ୍ଲିନିକରେ କାନର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ଝିଅ ଦେହରେ କୁଣ୍ଡେଇ ହେବା ସହ ଘା 'ହୋଇଥିବାର ଅଭିଯୋଗ କରିଥିଲା । ଏହା ପରେ ମଙ୍କିପକ୍ସ ଭଳି ଲକ୍ଷଣ ଦେଖାଯିବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇପଡିଛି । ଦଳ ସହିତ କ୍ଲିନିକରେ ପହଞ୍ଚିବା ପରେ ଜିଲ୍ଲା ପର୍ଯ୍ୟବେକ୍ଷଣ ଅଧିକାରୀ ଆର.କେ ଗୁପ୍ତା ସନ୍ଦିଗ୍ଧ ରୋଗୀଙ୍କ ନମୁନା ନେଇ ପୁଣେର NIV ଲ୍ୟାବକୁ ପଠାଇଥିଲେ ।

ଏହା ସହିତ ଝିଅର ପରିବାର ସଦସ୍ୟଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଇଛି । ସଂପୂର୍ଣ୍ଣ ରିପୋର୍ଟ ସରକାରଙ୍କୁ ପଠାଯାଇଛି । ଗାଜିଆବାଦ ସିଏମଓ କହିଛନ୍ତି ଯେ ସତର୍କତାମୂଳକ ଭାବେ ଝିଅର ନମୁନା ନିଆଯାଇଛି । ଝିଅଟିର ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ ଏବଂ ସେ କିମ୍ବା ତାଙ୍କର କୌଣସି ନିକଟତମ ବ୍ୟକ୍ତି ଗତ 1 ମାସ ମଧ୍ୟରେ ବିଦେଶ ଯାତ୍ରା କରିନାହାଁନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+