ଏନସିବିରେ ଶେଷ ହେଲା ସମୀର ୱାନଖେଡେଙ୍କ କାର୍ଯ୍ୟକାଳ, ବର୍ତ୍ତମାନ ଦିଲ୍ଲୀର ଏହି ବିଭାଗରେ ତୁଲାଇବେ ଦାୟିତ୍ୱ
ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ୍ ଖାନଙ୍କୁ ଗିରଫ କରିଥିବା ଅଧିକାରୀ ସମୀର ୱାନଖେଡେଙ୍କ ବର୍ତ୍ତମାନ ଏନସିବିରେ କାର୍ଯ୍ୟକାଳ ଶେଷ ହୋଇଛି ।
ନୂଆଦିଲ୍ଲୀ : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ୍ ଖାନଙ୍କୁ ଗିରଫ କରିଥିବା ଅଧିକାରୀ ସମୀର ୱାନଖେଡେଙ୍କ ବର୍ତ୍ତମାନ ଏନସିବିରେ କାର୍ଯ୍ୟକାଳ ଶେଷ ହୋଇଛି । ଏନସିବି ରେ କାର୍ଯ୍ୟକାଳ ସମାପ୍ତ କରିବା ପରେ ବର୍ତ୍ତମାନ ସମୀର ୱାନଖେଡ଼େ ଦିଲ୍ଲୀର ରାଜସ୍ୱ ଇଣ୍ଟେଲିଜେନ୍ସ ମୁଖ୍ୟାଳୟକୁ ରିପୋର୍ଟ କରିବେ ।
ସମୀର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଆଞ୍ଚଳିକ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଗିରଫଦାରୀ ସମେତ ଅନେକ ବଲିଉଡ ସେଲିବ୍ରେଟଙ୍କ ଡ୍ରଗ୍ସ ଲିଙ୍କକୁ ନେଇ ଚର୍ଚ୍ଚାରେ ରହିଥିଲେ ।

ଆର୍ଯ୍ୟନ୍ ଖାନଙ୍କ ପୂର୍ବରୁ ସମୀର ୱାନକେଡେ ତାଙ୍କ ଏନସିବି କାର୍ଯ୍ୟକାଳରେ ବିବେକ ଓବରାୟ, ଅର୍ଜୁନ ରାମପାଲ, ଭାରତ ସିଂଙ୍କ ପରି ଅନେକ ବଲିଉଡ ଏବଂ ଟିଭି ଜଗତର ବ୍ୟକ୍ତିତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନାକୁ ଆସିଥିଲେ । ମୁମ୍ବାଇରେ ଡ୍ରଗ୍ସ ଲିଙ୍କ ମମଲାରେ ସେ ଦୀପିକା ପାଦୁକୋନ, ରାକୁଲପ୍ରୀତ ସିଂହଙ୍କ ଭଳି ଅଭିନେତ୍ରୀଙ୍କୁ ମଧ୍ୟ ପଚରାଉଚୁରା କରିଥିଲେ । ବର୍ତ୍ତମାନ ସମୀର ୱାନଖେଡେଙ୍କ ଏନସିବିରେ ଆଞ୍ଚଳିକ ନିର୍ଦ୍ଦେଶକ ଭାବରେ କାର୍ଯ୍ୟକାଳ ଶେଷ ହୋଇଥିବାରୁ ତାଙ୍କୁ ମୂଳ ସଂଗଠନ DRI ଅର୍ଥାତ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶାଳୟକୁ ପଠାଯାଇଛି । ଅଧିକାରୀମାନେ ଗତ ସୋମବାର ଏହି ସୂଚନା ଦେଇଛନ୍ତି ।
ୱାନକେଡେ ଅଗଷ୍ଟ 31, 2020 ରେ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (DRI) ରୁ ଏନସିବିରେ ଯୋଗ ଦେଇଥିଲେ । ତାଙ୍କୁ 6 ମାସ କାର୍ଯ୍ୟକାଳ ପାଇଁ DRI ରୁ NCB କୁ ଅଣାଯାଇଥିଲା ଏବଂ ତା'ପରେ ତାଙ୍କର କାର୍ଯ୍ୟକାଳ ଆଉ 6 ମାସ ବୃଦ୍ଧି କରାଯାଇଥିଲା । ତାଙ୍କୁ ଏନସିବିରେ ଦିଆଯାଇଥିବା ଶେଷ ସମ୍ପ୍ରସାରଣ ଚାରିମାସ ପାଇଁ ଥିଲା, ଯାହା ଡିସେମ୍ବର 31 ରେ ଶେଷ ହୋଇଥିଲା ।
ୱାନକେଡେ ତାଙ୍କ କାର୍ଯ୍ୟକାଳରେ ସୁଶାନ୍ତ ସିଂହ ରାଜପୁତଙ୍କ ସମେତ 28 ଟି ମାମଲା ପଞ୍ଜିକୃତ କରିଥିଲେ ଏବଂ 10 ଜଣ ବିଦେଶୀ ନାଗରିକଙ୍କ ସମେତ 96 ଜଣଙ୍କୁ ଗିରଫ କରିଥିଲେ । 2021 ମସିହାରେ, ୱାନକେଡେ ଅନ୍ତର୍ଗତ ଏନସିବି-ମୁମ୍ବାଇ 117 ଟି ମାମଲା ପଞ୍ଜିକରଣ କରିଥିଲା ଏବଂ 38 ଜଣ ବିଦେଶୀ ନାଗରିକଙ୍କ ସମେତ 234 ଜଣଙ୍କୁ ଗିରଫ କରିଥିଲା । ଏଥିରେ କ୍ରୁଜ୍ ଡ୍ରଗ୍ ମାମଲା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା ଯେଉଁଥିରେ ଆର୍ୟନ୍ ଖାନ୍ ଗିରଫ ହୋଇଥିଲେ ।












Click it and Unblock the Notifications