ନବାବ ମଲିକଙ୍କ ବିରୋଧରେ କୋର୍ଟରେ ପୁଣି ଅଭିଯୋଗ କଲେ ସମୀର ୱାନକେଡେଙ୍କ ପିତା, ଜବାବ ମାଗିଲେ କୋର୍ଟ
ଜ୍ଞାନଦେବ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ମନ୍ତ୍ରୀ ନବାବ ମଲିକ କୋର୍ଟର ଆଦେଶ ସତ୍ତ୍ୱେ ତାଙ୍କ ପରିବାର ବିରୋଧରେ ବିବୃତ୍ତି ଦେଇ କୋର୍ଟଙ୍କ ଅବମାନନା କରିଛନ୍ତି ।
ମୁମ୍ବାଇ : ଏନସିବି ମୁମ୍ବାଇର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାନକେଡେଙ୍କ ପିତା ଜ୍ଞାନଦେବ ୱାନଖେଡେ ବମ୍ବେ ହାଇକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି । ଏହି ସତ୍ୟପାଠରେ ପିତା ଜ୍ଞାନଦେବ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ମନ୍ତ୍ରୀ ନବାବ ମଲିକ କୋର୍ଟର ଆଦେଶ ସତ୍ତ୍ୱେ ତାଙ୍କ ପରିବାର ବିରୋଧରେ ବିବୃତ୍ତି ଦେଇ କୋର୍ଟଙ୍କ ଅବମାନନା କରିଛନ୍ତି ।

ବମ୍ବେ ହାଇକୋର୍ଟ ନବାବ ମଲିକଙ୍କୁ ନୋଟିସ ଜାରି କରି ଜ୍ଞାନଦେବ ୱାନଖେଡେ ଏବଂ ପରିବାରଙ୍କ ବିରୋଧରେ ଦେଇଥିବା ବିବୃତ୍ତି ଏବଂ ନିଜର ପ୍ରଥମ ସତ୍ୟପାଠର ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ଏକ ଆଫିଡେଭିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ସେ କୋର୍ଟରେ ଏକ ପ୍ରତିଶ୍ରୁତି ଦେଇ କହିଥିଲେ ସେ ସମୀର ୱାନଖେଜଡ଼େଙ୍କ ପରିବାର ବିରୋଧରେ କୌଣସି ବିବୃତ୍ତି ରଖିବେ ନାହିଁ ।












Click it and Unblock the Notifications