ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବି, ପୋଲିସ୍ ଡିଜି ଓ ସମ୍ବଲପୁର ଡିଆଇଜିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ସୁପ୍ରିମକୋର୍ଟ ଏନେଇ ରାଜ୍ୟର ପୋଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ତାଗିଦ୍ କରିଛନ୍ତି । ଏପରିକି କହିଛନ୍ତି, ଆନ୍ଦୋଳନ ପ୍ରତିହତ କରିବାରେ ଓଡ଼ିଶା ପୋଲିସ ଯଦି ବିଫଳ, ତେବେ ଆମକୁ ଜଣାଅ, ଆମେ କେନ୍ଦ୍ରୀୟ ଫୋର୍ସର ବ୍ୟବସ୍ଥା କରିବୁ ।
ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ଆନ୍ଦୋଳନ ପୁଣି ତେଜିଛି । ଏହି ସମୟରେ ସୁପ୍ରିମ କୋର୍ଟ ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କିନ୍ତୁ ସୁପ୍ରିମକୋର୍ଟଙ୍କ ତାଗିଦ ସତ୍ତ୍ୱେ ସମ୍ବଲପୁରରେ ଜାରି ରହିଛି ହାଇକୋର୍ଟ ବେଞ୍ଚ ଆନ୍ଦୋଳନ । ବ୍ୟାରିକେଡ୍ ଭାଙ୍ଗି କୋର୍ଟ ପରିସରକୁ ଧସେଇ ପଶିଛନ୍ତି ଆନ୍ଦୋଳନକାରୀ ଆଇନଜୀବୀ । ଏଥିସହ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ।

ଆଜି ସୁପ୍ରିମକୋର୍ଟ ଏନେଇ ରାଜ୍ୟର ପୋଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ତାଗିଦ୍ କରିଛନ୍ତି । ଏପରିକି କହିଛନ୍ତି, ଆନ୍ଦୋଳନ ପ୍ରତିହତ କରିବାରେ ଓଡ଼ିଶା ପୋଲିସ ଯଦି ବିଫଳ, ତେବେ ଆମକୁ ଜଣାଅ, ଆମେ କେନ୍ଦ୍ରୀୟ ଫୋର୍ସର ବ୍ୟବସ୍ଥା କରିବୁ । ଏହା ବ୍ୟତୀତ ପୋଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭିଡିଓ କନଫରେନସିଂରେ ବୁଧବାର ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ମଧ୍ୟ ସୁପ୍ରିମ କୋର୍ଟ ଏହାକୁ ନେଇ ଓକିଲମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ଏପରିକି ନିର୍ଦ୍ଦେଶ ନ ମାନିଲେ ଲାଇସେନ୍ସ ସସପେଣ୍ଡ୍ କରିବାକୁ ବାର କାଉନସିଲ ଅଫ ଇଣ୍ଡିଆକୁ କହିଥିଲେ ସୁପ୍ରିମକୋର୍ଟ ।
ଜଷ୍ଟିସ୍ ସଂଜୟ କିଷନ କୌଲ ଓ ଜଷ୍ଟିସ୍ ଅଭୟ ଏସ.ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଯେଉଁ ଜିଲ୍ଲା ବାର ଆସୋସିଏସନର ସଦସ୍ୟମାନେ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରୁଛନ୍ତି, ସେସବୁ ବାର ଆସୋସିଏସନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖଣ୍ଡପୀଠ ପୂର୍ବରୁ କହିଥିଲେ .












Click it and Unblock the Notifications