For Quick Alerts
Turn On Notification  
For Daily Alerts
Oneindia App Download

ISRO ର ନୂଆ ମୁଖ୍ୟ ହେଲେ ଏସ୍. ସୋମନାଥ

ISRO ରେ ନିଯୁକ୍ତ ହେଲେ ନୂଆ ମୁଖ୍ୟ । ଏସ. ସୋମନାଥ ହେଲେ ISRO ର ନୂଆ ମୁଖ୍ୟ । ବର୍ତ୍ତମାନ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା କେ. ଶିବନଙ୍କ କାର୍ଯ୍ୟକାଳ ଜାନୁଆରୀ 14 ରେ ଶେଷ ହେବ ।

|

ନୂଆଦିଲ୍ଲୀ : ISRO ରେ ନିଯୁକ୍ତ ହେଲେ ନୂଆ ମୁଖ୍ୟ । ଏସ. ସୋମନାଥ ହେଲେ ISRO ର ନୂଆ ମୁଖ୍ୟ । ବର୍ତ୍ତମାନ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା କେ. ଶିବନଙ୍କ କାର୍ଯ୍ୟକାଳ ଜାନୁଆରୀ 14 ରେ ଶେଷ ହେବ ।

ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର (VSSC) ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍‌. ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO)ର ନୂଆ ମୁଖ୍ୟ ହୋଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । VSSC ପୂର୍ବରୁ ଏସ. ସୋମନାଥ ଥିରୁଅନନ୍ତପୁରମ ସ୍ଥିତ ଲିକ୍ୱଡ୍ ପ୍ରୋପଲ୍ସେନ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ରହିଥିଲେ । VSSC ନିର୍ଦ୍ଦେଶକ ଏସ୍‌ ସୋମନାଥଙ୍କୁ ଦେଶର ଜଣେ ବିଚକ୍ଷଣ ଟେକ୍ନୋଲୋଜିଷ୍ଟ ଏବଂ ଏରୋସ୍ପେସ୍‌ ଇଞ୍ଜିନିୟର ଭାବେ ଗଣାଯାଏ ।

s somanath- isro chief

ଇସ୍ରୋର ଯେତେଗୁଡିଏ ରକେଟର ବିକାଶ ହୋଇଛି ସେଥିରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସୋମନାଥନ ଜଣେ ଲଞ୍ଚ ଭେଇକିଲ ଡିଜାଇନ ମାଷ୍ଟର ଭାବେ ବି ବେସ୍ ଜଣାଶୁଣା । ସେ ଲଞ୍ଚ ଭେଇକିଲ ସିଷ୍ଟମ ଇଂଜିନିୟରିଂ, ଷ୍ଟ୍ରକଚରାଲ ଡିଜାଇନ, ଷ୍ଟକଚରାଲ ଡାଇନୋମିକ୍ସ ଓ ପାଇରୋଟେକନିକ୍ସର ଜଣେ ବିଶେଷଜ୍ଞ ।

ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହେବା ପୂର୍ବରୁ ସେ ଜିସାଟ-ଏମକେ୧୧(ଏଫ୦୯) କୁ ଅପଗ୍ରେଡ କରିବା କାମରେ ଲାଗିଥିଲେ । ଏହା ମାଧ୍ୟମରେ ଭାରି ସଞ୍ଚାର ସାଟେଲାଇଟକୁ ଅନ୍ତରୀକ୍ଷରେ ଲଞ୍ଚ କରାଯାଇ ପାରିବ । ଏହା ବ୍ୟତୀତ ଏସ୍ ସୋମନାଥନ ଜିସାଟ-୬ଏ କୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ବି କାମ କରୁଛନ୍ତି । ଏହା ଦ୍ୱାରା ରିମୋର୍ଟ ସୋର୍ସିଙ୍ଗ ସାଟେଲାଇଟକୁ ଠିକ୍ ଢଙ୍ଗରେ ଲଞ୍ଚ କରାଯାଇ ପାରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
S Somanath Appointed As Chief Of ISRO
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X