ଭଲ ଖବର : ଏହି ମାସ ଶେଷ ସୁଦ୍ଧା ଦେଶରେ ଉପଲବ୍ଧ ହେବ ରୁଶର ସ୍ପୁଟନିକ-ଭି ଟିକା
ହି ଟିକା ଅଭାବରୁ ଏହି ମାସ ଶେଷ ସୁଦ୍ଧା କିଛି ଟା ଆଶ୍ୱସ୍ତି ମିଳିପାରେ । ଏହି ମାସ ଶେଷ ସୁଦ୍ଧା ରୁଷର କରୋନା ଟିକା ସ୍ପୁଟନିକ୍-ଭି ମଧ୍ୟ ବଜାରରେ ଉପଲବ୍ଧ ହେବ । ଏହି ଟିକା ବ୍ୟବହାର ପାଇଁ ଅନୁମୋଦନ ପାଇବା ପରେ ସ୍ପୁଟନିକର ପ୍ରଥମ ବ୍ୟାଚ୍ ମଧ୍ୟ ଭାରତରେ ପହଞ୍ଚିଛି ।
ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣ ସହିତ ଟିକା ଅଭାବ ମଧ୍ୟ ଜାରି ରହିଛି । ଏହି ଟିକା ଅଭାବରୁ ଏହି ମାସ ଶେଷ ସୁଦ୍ଧା କିଛି ଟା ଆଶ୍ୱସ୍ତି ମିଳିପାରେ । ଏହି ମାସ ଶେଷ ସୁଦ୍ଧା ରୁଷର କରୋନା ଟିକା ସ୍ପୁଟନିକ୍-ଭି ମଧ୍ୟ ବଜାରରେ ଉପଲବ୍ଧ ହେବ । ଏହି ଟିକା ବ୍ୟବହାର ପାଇଁ ଅନୁମୋଦନ ପାଇବା ପରେ ସ୍ପୁଟନିକର ପ୍ରଥମ ବ୍ୟାଚ୍ ମଧ୍ୟ ଭାରତରେ ପହଞ୍ଚିଛି ।

ଅନେକ ରାଜ୍ୟ ଏବଂ ବେସରକାରୀ ଡାକ୍ତରଖାନା ରୁଷରେ ପ୍ରସ୍ତୁତ ସ୍ପୁଟନିକ୍-ଭି ପାଇଁ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲ୍ୟାବ ସହିତ ଯୋଗାଯୋଗରେ ଅଛନ୍ତି । ଡକ୍ଟର ରେଡ୍ଡୀ ଲାବୋରେଟୋରୀ ହେଉଛି ଭାରତରେ ରୁଷର କୋଭିଡ ଭ୍ୟାକ୍ସିନ ସ୍ପୁଟନିକର ମାର୍କେଟିଂ ଫାର୍ମ । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଏବଂ ବେସରକାରୀ ଡାକ୍ତରଖାନା ଟିକା ମୂଲ୍ୟ, ଉପଲବ୍ଧତା ଏବଂ ଅନ୍ୟାନ୍ୟ ବିଷୟ ଉପରେ ଡକ୍ଟର ରେଡ୍ଡୀ ଲାବୋରେଟୋରୀ ସହିତ କଥାବାର୍ତ୍ତା କରୁଛନ୍ତି । ଆଶା କରାଯାଉଛି ଯେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ତଥା ବେସରକାରୀ ଡାକ୍ତରଖାନାଗୁଡ଼ିକ ଏହି ଟିକା ପାଇବେ ।
ଭାରତକୁ ମିଳିବ 1 କୋଟି 80 ଲକ୍ଷ ସ୍ପୁଟନିକ୍-ଭି ଡୋଜ
ରୁଷରୁ ସ୍ପୁଟନିକ୍-ଭି ର ପ୍ରଥମ ବ୍ୟାଟ୍ ଟିକା ମେ ପହିଲାରେ ଭାରତରେ ପହଞ୍ଚିଥିଲା । ଏହା ହାଇଦ୍ରାବାଦରେ ପହଞ୍ଚିଥିଲା, ଯେଉଁଥିରେ 15 ଲକ୍ଷ ଡୋଜ ଅଛି । ସ୍ପୁଟନିକର ଆଉ 15 ଲକ୍ଷ ଅଧିକ ଡୋଜ ଏହି ମାସରେ ଭାରତରେ ପହଞ୍ଚିବ । ଭାରତକୁ ମୋଟ 1 କୋଟି 80 ଲକ୍ଷ ସ୍ପୁଟନିକ୍-ଭି ମିଳିବ । ମେ ମାସରେ 30 ଲକ୍ଷ ଡୋଜ ପରେ ଜୁନ୍ ମାସରେ 50 ଲକ୍ଷ ଡୋଜ ଆସିବ । ଅବଶିଷ୍ଟ ଏକ କୋଟି ଡୋଜ ଜୁଲାଇରେ ଭାରତ ଆସିବ ।
ଅପ୍ରିଲରେ ଜରୁରୀକାଳୀନ ବ୍ୟବହାର ପାଇଁ ରୁଷର ସ୍ପୁଟନିକ୍-ଭି ଭାରତ ଦ୍ୱାରା ଅନୁମୋଦିତ ହୋଇଥିଲା । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଦେଶରେ କରୋନା ବିରୁଦ୍ଧରେ ରୁଷର ସ୍ପୁଟନିକ୍-ଭି ଟିକା ବ୍ୟବହାରକୁ ଅନୁମୋଦନ କରିଛି । ଭାରତରେ କରୋନା ଟୀକାକରଣରେ ବ୍ୟହବହୃତ ଟିକା ଭାବରେ ସ୍ପୁଟନିକ୍ ତୃତୀୟ ଟିକା ହେବ । ବର୍ତ୍ତମାନ ପର୍ଯ୍ୟନ୍ତ, ଦେଶରେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ନିର୍ମିତି କୋଭିସ୍ଲିଡ ଏବଂ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ବ୍ୟବହୃତ ହେଉଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications