ଜାମ୍ମୁ କାଶ୍ମୀରକୁ ନେଇ ବଢୁଛି କଳ୍ପନାଜଳ୍ପନା, ଶାହାଙ୍କ ଉପସ୍ଥିତିରେ ଉଚ୍ଚ ସ୍ତରୀୟ ବୈଠକ

ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପାଇଁ ଦିଲ୍ଲୀର ଗୃହ ମନ୍ତ୍ରଣାଳୟରେ ପହଞ୍ଚିଥିଲେ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରକୁ ନେଇ ପୁଣି ଥରେ କଳ୍ପନାଜଳ୍ପନା ବଢିବାରେ ଲାଗିଛି । ଶୁକ୍ରବାର (ଜୁନ୍ 18) ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପାଇଁ ଦିଲ୍ଲୀର ଗୃହ ମନ୍ତ୍ରଣାଳୟରେ ପହଞ୍ଚିଥିଲେ । ମନୋଜ ସିହ୍ନା ଗୃହ ମନ୍ତ୍ରଣାଳୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏଥି ସହ ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି ।
ଏନଏସଏ ଅଜିତ ଡୋଭାଲ, ଗୃହ ସଚିବ ଅଜୟ ଭଲ୍ଲା, ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ ଅରବିନ୍ଦ କୁମାର, RAW ମୁଖ୍ୟ ସାମନ୍ତ କୁମାର ଗୋଏଲ, CRPF ମହାନିର୍ଦ୍ଦେଶକ କୁଲଦୀପ ସିଂ ଏବଂ ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ଙ୍କ ସହ ଗୃହ ମନ୍ତ୍ରଣାଳୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି ।

ଅମିତ ଶାହ

କୁହାଯାଉଛି ଯେ ସେଠାରେ ସୁରକ୍ଷା ପରିସ୍ଥିତିକୁ ନେଇ ଗୃହ ମନ୍ତ୍ରଣାଳୟରେ ଏହି ବୈଠକ ଅନୁଷ୍ଠିତ ହେଉଛି ।
ଯଦିଓ ଏପର୍ଯ୍ୟନ୍ତ ଏନେଇ କୌଣସି ସରକାରୀ ବିବୃତ୍ତି ପ୍ରକାଶ ପାଇନି । କିନ୍ତୁ ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ରାଜନୈତିକ ଆଲୋଡ଼ନ ଦେଖାଦେଇଛି । ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଥିବା ସୂଚନା ମଧ୍ୟ ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ, ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ପୂର୍ବରୁ ଏକ ବୈଠକ ହୋଇଥିଲା । ସରକାରୀ ସୂତ୍ର ଅନୁଯାୟୀ, ବିକାଶ ପ୍ରସଙ୍ଗ ଏବଂ ୟୁନିଅନ ଅଞ୍ଚଳର ସାମ୍ପ୍ରତିକ ପରିସ୍ଥିତି ଉପରେ ସେହି ବୈଠକ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+