Get Updates
Get notified of breaking news, exclusive insights, and must-see stories!

ଆମାଜନ ଉପରେ ଖ୍ରୀଷ୍ଟିଆନ ଧର୍ମ ପରିବର୍ତ୍ତନ ନେଇ ଆରଏସଏସ ମାଗାଜିନରେ ଅଭିଯୋଗ, ଜାଣନ୍ତୁ କ'ଣ ରହିଛି ମାମଲା

ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଗଠନର ସହ ଜଡିତ ଏକ ପତ୍ରିକା ‘ଦ ଅର୍ଗାନାଇଜର' ଅଭିଯୋଗ କରିଛି ଯେ ଇ-କମର୍ସ ୱେବସାଇଟ୍ ଆମାଜନ ଉତ୍ତର-ପୂର୍ବ ଭାରତର ଲୋକଙ୍କୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ଅର୍ଥ ପ୍ରଦାନ କରୁଛି ।

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଗଠନର ସହ ଜଡିତ ଏକ ପତ୍ରିକା 'ଦ ଅର୍ଗାନାଇଜର' ଅଭିଯୋଗ କରିଛି ଯେ ଇ-କମର୍ସ ୱେବସାଇଟ୍ ଆମାଜନ ଉତ୍ତର-ପୂର୍ବ ଭାରତର ଲୋକଙ୍କୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ଅର୍ଥ ପ୍ରଦାନ କରୁଛି । ଏଠାକାର ଲୋକଙ୍କୁ ପରିବର୍ତ୍ତନ କରିବାକୁ ଆମାଜନ ଏହି ଅଭିଯାନ ଚଳାଉଛି ।

ଆରଏସ୍ଏସ୍ ପତ୍ରିକାରେ ଏହା ବିଷୟରେ ଏକ କଭର୍ ଷ୍ଟୋରି କରାଯାଇଛି, ଯାହାର ଶୀର୍ଷକ ରହିଛି 'ଆମାଜିଂ କ୍ରସ୍ କନେକ୍ସନ୍' । ମାଗାଜିନ ଅଭିଯୋଗ କରିଛି ଯେ ଆମାଜନ ଆମେରିକୀୟ ବାପ୍ଟିଷ୍ଟ ଚର୍ଚ୍ଚ ମାଧ୍ୟମରେ ଏଠାରେ ଧର୍ମାନ୍ତରୀକରଣ ଅଭିଯାନ ଚଳାଉଛି । ତେବେ ଆମାଜନ ଇଣ୍ଡିଆର ମୁଖପାତ୍ର ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ଏହି ଅଭିଯୋଗ ଭିତ୍ତିହୀନ ।

AMAZON

ମାଗାଜିନରେ ଅଭିଯୋଗ ହୋଇଛି ଯେ ଆମେରିକୀୟ ବାପ୍ଟିଷ୍ଟ ଚର୍ଚ୍ଚ ମାଧ୍ୟମରେ ଇ-କମର୍ସ କମ୍ପାନୀ ଏଠାରେ ଲୋକଙ୍କୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ଅର୍ଥ ପ୍ରଦାନ କରୁଛି । ଏପରିକି ଏ ନେଇ ଅର୍ଥ ହେରଫେର ବ୍ୟବହାର କରାଯାଉଥିବା ଆଶଙ୍କା ରହିଛି ବୋଲି କୁହାଯାଇଛି । ଏଥିପାଇଁ ବହୁରାଷ୍ଟ୍ରୀୟ କମ୍ପାନୀ ଏବଂ ଏବିଏମଗୁଡିକ ଭାରତରେ ଏକ ବୃହତ ସ୍ତରରେ ମିଶନାରୀ ଧର୍ମାନ୍ତରୀକଣ ମିଶନ ହାସଲ କରିବା ପାଇଁ ବ୍ୟବହୃତ ହେଉଛି । ଏବିଏମ୍ ଅଲ ଇଣ୍ଡିଆ ମିଶନକୁ ଅର୍ଥ ପ୍ରଦାନ କରୁଛି, ଯାହା ନିଜ ୱେବସାଇଟରେ ଖୋଲାଖୋଲି ଭାବେ କହିଛି ଯେ ସେମାନେ ଉତ୍ତର-ପୂର୍ବ ଭାରତରେ 25,000 ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଇଛନ୍ତି ।

AIM ର ଟ୍ୱିଟର ପୋଷ୍ଟକୁ ଦର୍ଶାଇ ଏହା କୁହାଯାଇଛି ଯେ ଆମାଜନ ଲୋକମାନଙ୍କୁ ଅର୍ଥ ପାଇଁ ଆବେଦନ କରିବା ସହ ଏଥିରେ ଆମାଜନ ସ୍ମାଇଲର ଲୋଗୋ ମଧ୍ୟ ରହିଛି । ଆମାଜନ ଅଲ ଇଣ୍ଡିଆ ମିଶନ ମାଧ୍ୟମରେ ଭାରତରେ ଧର୍ମାନ୍ତରୀକରଣ ପାଇଁ ଅର୍ଥ ପ୍ରଦାନ କରୁଛି । ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଆମାଜନ ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ ଅଲ ଇଣ୍ଡିଆ ମିଶନ ସହିତ ଆମାଜନ ଇଣ୍ଡିଆର କୌଣସି ସମ୍ପର୍କ ନାହିଁ କିମ୍ବା ଆମାଜନର ଅନ୍ୟ କୌଣସି ଗୋଷ୍ଠୀର ଆମାଜନ ସ୍ମାଇଲ କାର୍ଯ୍ୟକ୍ରମ ସହିତ କୌଣସି ସମ୍ପର୍କ ନାହିଁ ।

'ଦ ଅର୍ଗାନାଇଜର୍' ମାଗାଜିନ ରିପୋର୍ଟ ପରେ ଶିଶୁ ଅଧିକାର ସୁରକ୍ଷା ପାଇଁ ଜାତୀୟ ଆୟୋଗ ନିଜ ପକ୍ଷରୁ ହସ୍ତକ୍ଷେପ କରିଛି । ଏନସିପିସିଆର ଚେୟାରମ୍ୟାନ୍ ପ୍ରିୟଙ୍କା କାନୁନଗୋ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶରୁ ଅନାଥ ଆଶ୍ରମରେ ବେଆଇନ ଧର୍ମାନ୍ତରୀକଣ ଏବଂ ଆମାଜନ ପାଣ୍ଠି ସହ ଜଡିତ ଥିବା ନେଇ ଆମେ ଅଭିଯୋଗ ପାଇଛୁ । ଅନୁସନ୍ଧାନ ପରେ ଆୟୋଗ ନିଶ୍ଚିତ କରିଛନ୍ତି ଯେ ଅଲ ଇଣ୍ଡିଆ ମିଶନ ଭାରତରେ ବେଆଇନ ଅନାଥ ଆଶ୍ରମ ଚଳାଉଛି, ଯେଉଁଠାରେ ଏହି ଲୋକମାନେ ଧର୍ମ ପରିବର୍ତ୍ତନ ଅଭିଯାନ ଚଳାନ୍ତି । ଆମେ ଅଲ ଇଣ୍ଡିଆ ମିଶନ ଯାଞ୍ଚ କରିବାକୁ ଚେଷ୍ଟା କଲୁ, କିନ୍ତୁ ଏହି ଲୋକମାନଙ୍କର କୌଣସି ଠିକଣା ନାହିଁ ।େ ଯେତେବେଳେ ଆମେ ୱେବସାଇଟ୍ ଚେକ୍ କଲୁ, ସାଇଟ୍ ବ୍ଲକ୍ ଥିଲା, ତେଣୁ ଆମକୁ ତଦନ୍ତ ବନ୍ଦ କରିବାକୁ ପଡିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+