ଆଜି ପାଞ୍ଚ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ମଙ୍ଗଳବାର ଠାରୁ ପାଞ୍ଚ ଦିନିଆ ଗସ୍ତରେ ଓଡିଶାରେ ଆସିବେ । ସୂଚନାନୁସାରେ, ସେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ।
ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ମଙ୍ଗଳବାର ଠାରୁ ପାଞ୍ଚ ଦିନିଆ ଗସ୍ତରେ ଓଡିଶାରେ ଆସିବେ । ସୂଚନାନୁସାରେ, ସେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ।

ଭାଗବତ ଓଡିଶା ଆରଏସଏସ ନେତାଙ୍କ ସହ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ସେ ଭଗବାନ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାତ୍ରା କରିବେ ଏବଂ ଅଗଷ୍ଟ 26 ରେ ଗୋବର୍ଦ୍ଧନ ପୀଠରେ ଆଦି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ଏହା ବ୍ୟତୀତ ସେ ସାରା ରାଜ୍ୟରେ ଆରଏସଏସ ସଦସ୍ୟଙ୍କ ଦ୍ୱାରା କରୋନା ପୀଡିତଙ୍କୁ ଦିଆଯାଉଥିବା ସେବାଗୁଡିକର ସମୀକ୍ଷା କରିବେ । ସମସ୍ତ କାର୍ଯ୍ୟକ୍ରମ COVID ନିର୍ଦ୍ଦେଶାବଳୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ପ୍ରକାଶ ।
ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଥିବାବେଳେ ମୋହନ ଭାଗବତଙ୍କ ଓଡ଼ିଶା ଗସ୍ତ ଏହା ଉପରେ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି ।












Click it and Unblock the Notifications