ଦିଲ୍ଲୀର ମସଜିଦ ମୁଖ୍ୟ ଇମାମଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ଆରଏସଏସ ମୁଖ୍ୟ ମୋହନ ଭଗବତ ଗୁରୁବାର ଦିନ ଅଲ ଇଣ୍ଡିଆ ଇମାମ ସଙ୍ଗଠନ ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସି ଙ୍କୁ ଭେଟିଛନ୍ତି ।

ନୂଆଦିଲ୍ଲୀ : ଆରଏସଏସ ମୁଖ୍ୟ ମୋହନ ଭଗବତ ଗୁରୁବାର ଦିନ ଅଲ ଇଣ୍ଡିଆ ଇମାମ ସଙ୍ଗଠନ ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସି ଙ୍କୁ ଭେଟିଛନ୍ତି । କସ୍ତୁରବା ଗାନ୍ଧୀ ମାର୍ଗ ମସଜିଦରେ ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସି ଏବଂ ସଂଗଠନର ମୁଖ୍ୟ ମୋହନ ଭଗବତଙ୍କ ମଧ୍ୟରେ ବୈଠକ ଘଣ୍ଟା ଘଣ୍ଟା ଧରି ଚାଲିଥିଲା । ମୋହନ ଭଗବତଙ୍କ ସହ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା କୃଷ୍ଣ ଗୋପାଳ, ରାମ ଲାଲ ଏବଂ ଇନ୍ଦ୍ରେଶ କୁମାର ମଧ୍ୟ ଥିଲେ । ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଦୃଢ କରିବା ପାଇଁ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୁସଲମାନ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରୁଛନ୍ତି ।

Mohan Bhagwat

ଆରଏସଏସ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି ଯେ ଆରଏସଏସ ସରସଙ୍ଗଚାଲକ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଛନ୍ତି । ଏହା ଚାଲୁଥିବା ସାଧାରଣ 'ସଂଳାପ' ପ୍ରକ୍ରିୟାର ଏକ ଅଂଶ ।

ଏହି ସମୟରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ.ୱାଇ କୁରୈସୀ ଏନଡିଟିଭିକୁ କହିଛନ୍ତି ଯେ ମୋହନ ଭଗବତ କହିଛନ୍ତି ଯେ ବର୍ତ୍ତମାନର "ମତଭେଦ ପରିସ୍ଥିତି" ପାଇଁ ସେ ଚିନ୍ତିତ । ଗତ ମାସରେ ମୋହନ ଭଗବତଙ୍କ ସହ 75 ମିନିଟର ବୈଠକରେ ଅଂଶଗ୍ରହଣ କରିଥିବା ପାଞ୍ଚଜଣ ମୁସଲମାନ ବୁଦ୍ଧିଜୀବୀଙ୍କ ମଧ୍ୟରୁ କୁରୈସୀ ଜଣେ ।
ଦୁଇ ସମ୍ପ୍ରଦାୟ ମଧ୍ୟରେ ଥିବା ମତାନ୍ତର କ୍ଷେତ୍ର ଖୋଜି ବାହାର କରିବା ସହ ତାହାର ସମାଧାନ ନିମନ୍ତେ ଉପାୟ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି । ଭାଗବତ କହିଛନ୍ତି, ଚିନ୍ତା ଉଦ୍ରେକକାରୀ କେତେକ ପ୍ରସଙ୍ଗରେ ସେମାନଙ୍କ ନିକଟରେ ଉପସ୍ଥାପନ କରିଛି । ସେଥିରୁ ଗୋଟିଏ ହେଲା ଗୋ-ହତ୍ୟା, ଯାହା ହିନ୍ଦୁମାନଙ୍କୁ ବିବ୍ରତ କରି ପକାଉଛି । 'କାଫିର୍‌' ଶଦ୍ଦଟି ମଧ୍ୟ ହିନ୍ଦୁମାନଙ୍କ ମନରେ ଖରାପ ଧାରଣ ସୃଷ୍ଟି କରୁଛି ବୋଲି ସେମାନଙ୍କୁ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+