Get Updates
Get notified of breaking news, exclusive insights, and must-see stories!

ନୂଆ ସଂସଦରେ ଉଡ଼ିଲା ତ୍ରିରଙ୍ଗା, ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ଉଡ଼ିଲା ଜାତୀୟ ପତାକା । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆ ସଂସଦ ଭବନର ଗଜଦ୍ୱାରରେ ପତାକା ଉତ୍ତୋଳନ କରିଛନ୍ତି । ଜାତୀୟ ସଙ୍ଗୀତ ପରେ ଦୁହେଁ ଜାତୀୟ ପତାକାକୁ ଅଭିବାଦନ ଜଣାଇଥିଲେ ।

new parliament building

ଆସନ୍ତା କାଲି ଠାରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି । 22 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ପ୍ରଥମ ଦିନ ପୁରୁଣା ସଂସଦ ଭବନରେ ଗୃହକାର୍ଯ୍ୟ ଚାଲିବ । ପରେ ଗଣେଶ ଚତୁର୍ଥୀରୁ ଅର୍ଥାତ୍ ସେପ୍ଟେମ୍ବର 19 ତାରିଖରୁ ନୂଆ ସଂସଦ ଭବନରେ ଅଧିବେଶନ ବସିବ । ଏହା ପୂର୍ବରୁ ରବିବାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ନୂଆ ସଂସଦ ଭବନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି ।

ଏହି ସମୟରେ ସମସ୍ତ କେନ୍ଦ୍ରମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦଳର କାର୍ୟ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ହାଇଦ୍ରାବାଦରେ ଥିବାରୁ ସେ ଆସିନଥିଲେ । ସୋମବାର ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡକାଯାଇଛି । ଏଥିରେ ସମସ୍ତ ବିରୋଧୀ ଦଳର ସାଂସଦଙ୍କ ସହିତ ସରକାରୀ ଦଳର ସାଂସଦ ମଧ୍ୟ ଉପସ୍ଥିତ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+