71,000 ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଅନୁଷ୍ଠିତ ହେବ ରୋଜଗାର ମେଳା । ଏହି ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପାଇଥିବା 71,000 ଯୁବକ ଯୁବତୀଙ୍କୁ ସମ୍ବୋଧିତ କରିବା ସହ ନିଯୁକ୍ତି ପତ୍ର ପ୍ରଦାନ କରିବେ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।
ସମଗ୍ର ଦେଶରେ 45 ଟି ସ୍ଥାନରେ 'ରୋଜଗାର ମେଳା' ଆୟୋଜନ କରାଯିବ । ଏଥିସହିତ ପ୍ରାର୍ଥୀଙ୍କୁ କେନ୍ଦ୍ରସରକାରର ବିଭିନ୍ନ ବିଭାଗ ସହିତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ମିଳିବ । ଏହି ରୋଜଗାର ମେଳା ଦେଶର ବିକାଶ କ୍ଷେତ୍ରରେ ଏକ ଫଳପ୍ରଦ ପଦକ୍ଷେପ ବୋଲି ମୋଦୀ କହିଛନ୍ତି । ଏଥିସହିତ 2023 ଶେଷ ବେଳକୁ 10 ଲକ୍ଷ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ମୋଦୀ ଆଗରୁ କହିଛନ୍ତି ।
ସାରା ଦେଶର ବିଭିନ୍ନ ରାଜ୍ୟରୁ ଚୟନ ହୋଇଥିବା ନବନିଯୁକ୍ତମାନଙ୍କୁ ଗ୍ରାମୀଣ ଡାକ ସେବକ, ବ୍ୟବସାୟିକ ଓ ଟିକେଟ କ୍ଲର୍କ, ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ, ଜୁନିୟର ଆକାଉଣ୍ଟ୍ସ କ୍ଲର୍କ, ଆସିଷ୍ଟାଣ୍ଟ ସେକସନ୍ ଅଫିସର୍, ଟାକ୍ସ ଆସିଷ୍ଟାଣ୍ଟ, ଇନ୍ସପେକ୍ଟର, ନର୍ସିଂ ଅଫିସର, ପ୍ରିନିସ୍ପାଲ ଓ ଆସିଷ୍ଟାଣ୍ଟ ପ୍ରଫେସର ଆଦି ପଦବୀ ଗୁଡ଼ିକରେ ନିଯୁକ୍ତ କରାଯିବ ।












Click it and Unblock the Notifications