ଜାମ୍ମୁ ଓ କାଶ୍ମୀର : ଡୋଡା ଠାରେ ବଡ ଦୁର୍ଘଟଣା, ଘାଟିରେ ବସ୍ ଖସି 8 ଜଣଙ୍କର ମୃତ୍ୟୁ
କାଶ୍ମୀରର ଠଥରୀ ରୁ ଡୋଡା ଅଭିମୁଖେ ଯାଉଥିବା ଏକ ମିନି ବସ୍ ଏକ ଖାଇରେ ଖସିପଡିବାରୁ 8 ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ।
ଶ୍ରୀନଗର : ଜାମ୍ମୁ କାଶ୍ମୀରର ଡୋଡାରେ ଏକ ବଡ଼ ଦୁର୍ଘଟଣା ଘଟିଛି । କାଶ୍ମୀରର ଠଥରୀ ରୁ ଡୋଡା ଅଭିମୁଖେ ଯାଉଥିବା ଏକ ମିନି ବସ୍ ଏକ ଖାଇରେ ଖସିପଡିବାରୁ 8 ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

PM Narendra Modi condoles deaths in road accident at Thatri in Jammu and Kashmir
An ex-gratia of Rs. 2 lakh each from PMNRF would be given to the next of kin of those who have lost their lives, the injured would be given Rs. 50,000, PM says.
(file photo) pic.twitter.com/IokqHqJzfg
— ANI (@ANI) October 28, 2021
ଏହି ଦୁର୍ଘଟଣାକୁ ସମବେଦନା ଜଣାଇବାବେଳେ ପ୍ରଧାନମନ୍ତ୍ରୀ କ୍ଷତିପୂରଣ ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ PMNRF ରୁ 2 ଲକ୍ଷ କ୍ଷତିପୂରଣ ଘୋଷଣା କରାଯାଇଥିବାବେଳେ ଦୁର୍ଘଟଣାରେ ଆହତମାନଙ୍କୁ 50000 ଟଙ୍କା ଦିଆଯିବ ।












Click it and Unblock the Notifications