ବିହାରର ପୁର୍ନିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ଓଲଟି 8 ଶ୍ରମିକଙ୍କ ମୃତ୍ୟୁ

ଜଲାଲଗଡ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ପୂର୍ନିଆ (ବିହାର) : ସୋମବାର ସକାଳେ ବିହାରର ପୁର୍ନିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଜଲାଲଗଡ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତ ଶ୍ରମିକ ରାଜସ୍ଥାନର ବାସିନ୍ଦା ଥିଲେ । ଟ୍ରକରେ 16 ଜଣ ଶ୍ରମିକ ଥିଲେ ଏବଂ ସେମାନେ ଅଗରତାଲା (ତ୍ରିପୁରା) ରୁ ଜାମ୍ମୁକୁ ଯାଉଥିଲେ ।

Accident

ଏହି ଦୁର୍ଘଟଣା ପୁର୍ନିଆ ଜିଲ୍ଲାର ଜଲାଲଗଡ ପୋଲିସ ଷ୍ଟେସନର ସୀମା କାଳୀ ମନ୍ଦିର ନିକଟରେ ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଓ ସ୍ଥାନୀୟ ଲୋକମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏକ କ୍ରେନ୍ ସାହାଯ୍ୟରେ ଟ୍ରକଟି ସିଧା କରାଯାଇଥିଲା । ମୃତଦେହର ଚିହ୍ନଟ ପାଇଁ ପ୍ରୟାସ ଜାରି ରହିଛି । ଏହା ପରେ ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯିବ । ଏହି ଦୁର୍ଘଟଣାରେ କିଛି ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+