ଇଲେକ୍ଟ୍ରିକ୍ ପୋଲରେ କାର ଧକ୍କା ; 5 ମୃତ, 5 ଆହତ
ହଣ୍ଡିଆ ନିକଟ ରାଜପଥରେ ଏକ ଦ୍ରୁତ ଗତିରେ ଆସୁଥିବା କାର ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 5 ଜଣ ଆହତ ହୋଇଛନ୍ତି ।
ପ୍ରୟାଗରାଜ : ଉତ୍ତରପ୍ରଦଶର ପ୍ରୟାଗରାଜ ଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ହଣ୍ଡିଆ ନିକଟ ରାଜପଥରେ ଏକ ଦ୍ରୁତ ଗତିରେ ଆସୁଥିବା କାର ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 5 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣା ସମ୍ପର୍କରେ ଗଙ୍ଗାପାର, ଏସପି କହିଛନ୍ତି, "ସୂଚନା ସକାଳ ପ୍ରାୟ ସାଢେ 5 ଟା ବେଳେ ମିଳିଥିଲା । ଗାଡିରେ 10 ଜଣ ଲୋକ ଥିଲେ, ସେମାନେ ବିନ୍ଧାଚଲ ଆଡ଼କୁ ଯାଉଥିଲେ । ଆହତମାନଙ୍କୁ ଡାକ୍ତରଖାନା ପଠାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।"
ସୂଚନା ଅନୁସାରେ କାନପୁରରୁ ବାରାଣାସୀ ଯାଉଥିବା ଟାଭେରା କାର ହଣ୍ଡିଆ ଟୋଲ ପ୍ଲାଜା ନିକଟରେ ଥିବା ଏକ ଇଲେକ୍ଟ୍ରି ପୋଲରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଏଥିରେ ଚାରିଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି । ଏହି ଦୁର୍ଘଟଣାରେ ଅନ୍ୟ 5 ଜଣ ଗୁରୁତର ଆହତ ହୋଇଛନ୍ତି ।
ପୋଲିସ ସମସ୍ତ ଆହତଙ୍କୁ ଡାକ୍ତରଖାନାକୁ ପଠାଇଛି । ମୃତକଙ୍କ ପରିଚୟ କରିବା ସହ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସର ସୂଚନାନୁସାରେ, କାରରେ ଥିବା ସମସ୍ତ ଲୋକ ପ୍ରୟାଗରାଜରୁ ବିନ୍ଧାଚଲ ଦର୍ଶନ କରିବାକୁ ଯାଉଥିଲେ ।












Click it and Unblock the Notifications