ରାଜଧାନୀରେ ଭୟଙ୍କର ସଡ଼କ ଦୁର୍ଘଟଣା, ଅଟୋ ରିକ୍ସା ଉପରେ କଣ୍ଟେନର ଓଲଟି 4 ମୃତ
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ନିକଟରେ ଏକ ଅଟୋ ରିକ୍ସା ଉପରେ ଏକ କଣ୍ଟେନର ଓଲଟି ପଡିଛି । ଫଳରେ ଅଟୋରେ ଥିବା ଚାରି ଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଶନିବାର ସକାଳେ ଦେଶର ରାଜଧାନୀ ଦିଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ନିକଟରେ ଏକ ଅଟୋ ରିକ୍ସା ଉପରେ ଏକ କଣ୍ଟେନର ଓଲଟି ପଡିଛି । ଫଳରେ ଅଟୋରେ ଥିବା ଚାରି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଟୋ ରିକ୍ସା ଡ୍ରାଇଭର ମଧ୍ୟ ଅଛନ୍ତି ।

ସୂଚନାନୁସାରେ, ଏହି ଘଟଣା ଶନିବାର ସକାଳ ପ୍ରାୟ ସାଢେ 6 ଟା ସମୟରେ ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋରେ ଥିବା ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏଥିସହିତ କଣ୍ଟେନରର ଡ୍ରାଇଭର ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ମୃତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚାଲିଥିବା ପୋଲିସ କହିଛି ।












Click it and Unblock the Notifications