ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 6 ମୃତ
ରବିବାର ସକାଳେ ମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିଡ୍ ଜିଲ୍ଲାରେ ଏକ କାର ଏବଂ ଟେମ୍ପୋ ମଧ୍ୟରେ ମୁହାଁମୁହିଁ ଧକ୍କାରେ 6 ଜଣଙ୍କର ମୃତ୍ୟୁ ହୋଇଛି ।
ମୁମ୍ବାଇ : ରବିବାର ସକାଳେ ମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିଡ୍ ଜିଲ୍ଲାରେ ଏକ କାର ଏବଂ ଟେମ୍ପୋ ମଧ୍ୟରେ ମୁହାଁମୁହିଁ ଧକ୍କାରେ 6 ଜଣଙ୍କର ମୃତ୍ୟୁ ହୋଇଛି ।

ପୋଲିସର ସୂଚନାନୁସାରେ, ମଞ୍ଜରସୁମ୍ବା-ପଟୋଦା ରାଜପଥରେ ସକାଳ ପ୍ରାୟ 5.30 ସମୟରେ ଏହି ଦୁର୍ଘଟଣା ଘଟିଛି । ପ୍ରାଥମିକ ସୂଚନା ଅନୁଯାୟୀ, କେଜ ତହସିଲର ଜିୱାଚିୱାଡି ଗାଁର ଏକ ପରିବାର କାରରେ ପୁଣେ ଯାଉଥିବାବେଳେ ସେମାନଙ୍କ କାର ଏବଂ ଟେମ୍ପୋ ଧକ୍କା ହୋଇଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।
ପରିବାରର ପାଞ୍ଚ ଜଣ ସଦସ୍ୟ ଏବଂ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ଅଧିକାରୀ କହିଛନ୍ତି । ଦୁଇଟି ଯାନକୁ ଅଲଗା କରିବା ପାଇଁ ପୋଲିସକୁ କ୍ରେନ୍ ବ୍ୟବହାର କରିବାକୁ ପଡ଼ିଛି ବୋଲି ସେ କହିଛନ୍ତି । ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଚାଲିଥିବା ପୋଲିସ କହିଛି ।












Click it and Unblock the Notifications