ପଶ୍ଚିମବଙ୍ଗ ନଦିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 18 ଜଣଙ୍କର ମୃତ୍ୟୁ, 5 ଜଣ ଆହତ
ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ 18 ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଏହା ବ୍ୟତୀତ 5 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ନଦିଆ : ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ 18 ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଏହା ବ୍ୟତୀତ 5 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର କହିଛନ୍ତି ଯେ ନଦିଆ ଜିଲ୍ଲାର ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ ସହ ଧକ୍କା ହେବା ପରେ 18 ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ ନଦିଆର ହାନ୍ସଖାଲିର ଫୁଲବାଡ଼ିରେ ଏହି ଦୁର୍ଘଟଣା ଘଟିଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଏକ ଘରୋଇ ଗାଡି ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଟ୍ରକକୁ ଧକ୍କା ଦେଇଥିଲା । ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ଉତ୍ତର 24 ପ୍ରଗଣାର ବାଗଦାରୁ ମୃତଦେହ ନେଇ ଶବଦାହ କରିବାକୁ 23 ରୁ ଅଧିକ ଲୋକ ନୱଦ୍ୱୀପ ଯାଉଥିବାବେଳେ ହାନ୍ସଖାଲି ପୋଲିସ ଷ୍ଟେସନର ଫୁଲବାଡ଼ିରେ ରାସ୍ତା କଡ଼ରେ ଅଟକି ରହିଥିବା ଟ୍ରକ ସହିତ ସେମାନଙ୍କ କାର ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା ।
ପୋଲିସର ସୂଚନାନୁସାରେ, ଗାଡିର ଦ୍ରୁତ ଗତି ଏବଂ ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ସେମାନଙ୍କ ଚିକିତ୍ସା ଚାଲିଛି ।












Click it and Unblock the Notifications