ଜାମିନରେ ମୁକୁଳିଲେ ଲାଲୁ ପ୍ରସାଦ, ସର୍ତ୍ତ ରଖିଲେ କୋର୍ଟ
ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ରାଷ୍ଟ୍ରୀୟ ଜନତା ଦଳର ନେତା ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଜାମିନ୍ ମିଳିଛି । ଲାଲୁଙ୍କୁ 1 ଲକ୍ଷ ଟଙ୍କାର ବନ୍ଧକ ଓ 10 ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତ
ରାଞ୍ଚି : ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ରାଷ୍ଟ୍ରୀୟ ଜନତା ଦଳର ନେତା ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଜାମିନ୍ ମିଳିଛି । ଲାଲୁଙ୍କୁ 1 ଲକ୍ଷ ଟଙ୍କାର ବନ୍ଧକ ଓ 10 ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବେଲ୍ ବଣ୍ଡ ଜମା କରିବାର ଦିନେ କିମ୍ବା ଦୁଇଦିନ ପରେ ତାଙ୍କୁ ମୁକ୍ତି ମିଳିବ । ଲାଲୁଙ୍କ ପ୍ରାୟ ତିନିବର୍ଷ ପରେ ଜାମିନ୍ ମିଳିଛି । ଗୋ-ଖାଦ୍ୟ ଦୁର୍ନୀତି ସହ ଜଡ଼ିକ ଏକ ମାମଲାରେ ଲାଲୁ ଯାଦବ 2017 ଡିସେମ୍ବର 23 ତାରିଖରେ ଜେଲ୍ ଯାଇଥିଲେ ।
କଣ ରହିଛି କୋର୍ଟଙ୍କ ସର୍ତ୍ତ-
- ଜାମିନ୍ ସମୟ ମଧ୍ୟରେ କୋର୍ଟଙ୍କ ଅନୁମତି ବିନା ଲାଲୁ ଦେଶ ବାହାରକୁ ଯାଇପାରିବେ ନାହିଁ
- ସେ ନିଜ ମୋବାଇଲ୍ ନମ୍ବର ଏବଂ ଠିକଣା ପରିବର୍ତ୍ତନ କରିବେ ନାହିଁ

ଦୁମକା ଟ୍ରେଜେରୀ ମାମଲାରେ ଅଧା ସଜା ଭୋଗିବା ପରେ ଲାଲୁ ଯାଦବଙ୍କୁ ଜାମିନ୍ ମିଳିଛି । ଏହା ପୂର୍ବରୁ ଲାଲୁଙ୍କୁ 2020 ଅକ୍ଟୋବରରେ ଚାଇବାସା ଟ୍ରେଜେରୀ ମାମଲାରେ ଜାମିନ୍ ମିଳିଥିଲା । ଦୁମକା ଟ୍ରେଜେରୀ ମାମଲା ପାଇଁ ସେତେବେଳେ ଜେଲରୁ ମୁକୁଳି ପାରି ନଥିଲେ ଲାଲୁ । ଅନ୍ୟ ଏକ ଡୋରଣ୍ଡା ଟ୍ରେଜେରୀ ମାମଲାରେ ଶୁଣାଣି ସରିନାହିଁ । କୋଭିଡ୍ ପାଇଁ ମାମଲାର ଶୁଣାଣି ସିବିଆଇ କୋର୍ଟରେ ଅଟକିଛି ।
ସମ୍ପ୍ରତି ଦିଲ୍ଲୀ 'ଏମ୍ସ୍'ରେ ଚିକିତ୍ସାଧୀନ ଥିବା ଲାଲୁ ପ୍ରସାଦ ପୂର୍ବରୁ ବିହାର ଗୋଖାଦ୍ୟ ଦୁର୍ନୀତି ସହ ସମ୍ପୃକ୍ତ ୪ଟି ମାମଲାରୁ ୩ଟିରେ ଜାମିନ ପାଇଥିଲେ। 'ଦୁମ୍କା' ମାମଲାରେ ଜାମିନ ପାଇଥିବା ଲାଲୁ ପ୍ରସାଦ ଏଥର ଡାକ୍ତରଖାନାରୁ ରିଲିଜ୍ ହେବା ପରେ ଘରକୁ ଫେରିଯାଇ ପାରିବେ।
ଏମ୍ସରେ ଚିକିତ୍ସିତ ହେଉଥିବା ଲାଲୁ ଯାଦବ ପ୍ରାୟ ଅଢ଼େଇ ବର୍ଷ ଧରି ରାଞ୍ଚି ସ୍ଥିତ ଝାଡ଼ଖଣ୍ଡର 'ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ହସ୍ପିଟାଲ୍'ରେ ଭର୍ତ୍ତି ହୋଇଥିଲେ । ଗତ ଜାନୁଆରୀରେ ତାଙ୍କ ସ୍ୱାସ୍ଥ୍ୟରେ ଅଚାନକ ଅବନତି ଦେଖା ଦେଇଥିଲା ।












Click it and Unblock the Notifications