ବିହାରର ପୂର୍ବତନ ବାହୁବଳୀ ସାଂସଦ ଶାହାବୁଦ୍ଦିନର କରୋନାରେ ମୃତ୍ୟୁ

ବିହାରର ସିୱାନ ଜିଲ୍ଲାର ଆରଜେଡିର ସାଂସଦ ଥିବା ବାହୁବଳୀ ଶାହାବୁଦ୍ଦିନର କରୋନାଜନିତ ମୃତ୍ୟୁ ହୋଇଛି । ଶନିବାର ସକାଳେ ତାର ଦେହାନ୍ତ ହୋଇଛି । ତିହାର ଜେଲ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପାଟନା : ବିହାରର ସିୱାନ ଜିଲ୍ଲାର ଆରଜେଡିର ସାଂସଦ ଥିବା ବାହୁବଳୀ ଶାହାବୁଦ୍ଦିନର କରୋନାଜନିତ ମୃତ୍ୟୁ ହୋଇଛି । ଶନିବାର ସକାଳେ ତାର ଦେହାନ୍ତ ହୋଇଛି । ତିହାର ଜେଲ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗଣମାଧ୍ୟମକୁ ପଠାଯାଇଥିବା ବାର୍ତ୍ତାରେ ତିହାରର ଡିଜି କହିଛନ୍ତି ଯେ, ଦିଲ୍ଲୀର ଦିନ୍ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହମ୍ମଦ ଶାହାବୁଦ୍ଦିନର କରୋନା କାରଣରୁ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ଏକ ହତ୍ୟା ମାମଲାରେ ଶାହାବୁଦ୍ଦିନ ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲା । କରୋନା ରୋଗରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା । ଶୁକ୍ରବାର ମଧ୍ୟରାତ୍ରିରେ ରାତି 3.40 ରେ ତାର ମୃତ୍ୟୁ ହୋଇଛି ।

Shahbuddin

ଏପ୍ରେଲ 20 ରେ ଯେତେବେଳେ ଶାହାବୁଦ୍ଦିନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, କରୋନା ସଂକ୍ରମିତ ହୋଇଥିବା ନେଇ ତିହାର ଜେଲ୍ ପ୍ରଶାସନ ସୂଚନା ପାଇଥିଲା । ଶରୀରରେ ଦେଖାଯାଉଥିବା ଲକ୍ଷଣକୁ ଦେଖି କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ସକରାତ୍ମକ ହେବା ମାତ୍ରେ ଶାହାବୁଦ୍ଦିନକୁ ତୁରନ୍ତ ତିହାର ଜେଲର ଡାକ୍ତରଙ୍କ ତତ୍ତ୍ୱାବଧାନରେ ପଠାଯାଇଥିଲା ।

ପୂର୍ବତନ ସାଂସଦ ତଥା ବାହୁବଳୀ ଶାହାବୁଦ୍ଦିନ ନାଁରେ 30 ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି । 15 ଫେବୃଆରୀ 2018 ରେ ସୁପ୍ରିମକୋର୍ଟ ତାଙ୍କୁ ବିହାରର ତିୱାନ ଜେଲରୁ ତିହାରକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ତିହାର ପୂର୍ବରୁ ସେ ବିହାରର ଭାଗଲପୁର ଏବଂ ସିୱାନ ଜେଲରେ ମଧ୍ୟ ଦୀର୍ଘ ସମୟ ଧରି ଦଣ୍ଡ ଭୋଗିଥିଲା । 2018 ରେ ଜାମିନ ପାଇବା ପରେ ସେ ଜେଲରୁ ବାହାରିଥିଲା, କିନ୍ତୁ ଜାମିନ ବାତିଲ ହେତୁ ତାକୁ ପୁଣି ଜେଲକୁ ଫେରିବାକୁ ପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+