ରିଙ୍କୁ ଶର୍ମା ହତ୍ୟାକାଣ୍ଡ : ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ହାତକୁ ଗଲା ମାମଲା

ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ହୋଇଥିବା ଯୁବକ ରିଙ୍କୁ ଶର୍ମାଙ୍କ ହତ୍ୟା ମାମଲା ଏବେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । କ୍ରାଇମବ୍ରାଞ୍ଚ ବର୍ତ୍ତମାନ ରିଙ୍କୁ ଶର୍ମା ହତ୍ୟା ମାମଲାର ତଦନ୍ତ କରିବ । ଶନିବାର ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

ନୂଆଦିଲ୍ଲୀ : ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ହୋଇଥିବା ଯୁବକ ରିଙ୍କୁ ଶର୍ମାଙ୍କ ହତ୍ୟା ମାମଲା ଏବେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । କ୍ରାଇମବ୍ରାଞ୍ଚ ବର୍ତ୍ତମାନ ରିଙ୍କୁ ଶର୍ମା ହତ୍ୟା ମାମଲାର ତଦନ୍ତ କରିବ । ଶନିବାର ଏନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି । 10 ଫେବୃଆରୀ ରାତିରେ ରିଙ୍କୁ ଶର୍ମାଙ୍କୁ ହତ୍ୟା କରାଯାଇଥିଲା । କେତେକ ଲୋକ ମଙ୍ଗୋଲପୁରୀ ଅଞ୍ଚଳରେ ଅବସ୍ଥିତ ରିଙ୍କୁଙ୍କ ଘରେ ପହଞ୍ଚି ଝଗଡ଼ା କରିବା ପରେ ଜଣେ ଛୁରୀରେ ରିଙ୍କୁ ଉପରେ ଆକ୍ରମଣ କରିଥିଲା । ଏହା ପରେ ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ସମୟରେ ଗୁରୁବାର (ଫେବୃଆରୀ 11) ରେ ରିଙ୍କୁଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ହତ୍ୟା ପଛରେ ପରିବାର ଧାର୍ମିକ ଆଭିମୁଖ୍ୟ ଦାବି କରିଥିଲେ ମଧ୍ୟ ପୋଲିସ ଏହାକୁ ପାରସ୍ପରିକ ଶତ୍ରୁତା ବୋଲି କହିଛି ।

Rinku-Sharma

କଣ ରହିଛି ଏହାର ଅପଡେଟ୍-

ଦିଲ୍ଲୀ ପୋଲିସ ମୁଖପାତ୍ର (PRO) ଶୁକ୍ରବାର, 12 ଫେବୃଆରୀରେ ଏକ ବିବୃତ୍ତି ଜାରି କରିଛନ୍ତି । ଦିଲ୍ଲୀ ପୋଲିସ କହିଛି ଯେ ଫେବୃଆରୀ 10 ରେ କିଛି ଯୁବକ ଜନ୍ମଦିନ ପାଳନ କରିବା ପାଇଁ ମଙ୍ଗୋଲପୁରୀ ଅଞ୍ଚଳର ଏକ ରେସ୍ତୋରାଁରେ ଏକାଠି ହୋଇଥିଲେ । ସେଠାରେ ସେମାନଙ୍କ ମଧ୍ୟରେ ଝଗଡ଼ା ହେବା ପରେ ରିଙ୍କୁ ସେଠାରୁ ପଳାଇଯାଇଥିଲେ । ସେହିଦିନ ରାତିରେ ସେମାନଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା ଏବଂ ଜଣେ ଯୁବକର ମୃତ୍ୟୁ ହୋଇଛି । ପୋଲିସ ଏଫ୍ଆଇଆର୍ ରୁଜୁ କରି 4 ଜଣଙ୍କୁ ଗିରଫ କରିଛି । ଏହା ପରେ ଶୁକ୍ରବାର ସନ୍ଧ୍ୟାରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ବୋଲି ଦିଲ୍ଲୀ ପୋଲିସ୍ ସୂଚନା ଦେଇଛି ।

କିନ୍ତୁ ଅପରପକ୍ଷରେ, ପରିବାର ସଦସ୍ୟ ଦାବି କରିଛନ୍ତି ଯେ ରିଙ୍କୁ ଶର୍ମା ବଜରଙ୍ଗ ଦଳର ଜଣେ କର୍ମୀ । ରାମ ମନ୍ଦିର ନିର୍ମାଣ ପାଇଁ ଗତ ବର୍ଷ ଅଗଷ୍ଟ ମାସରେ ଏହି ଅଞ୍ଚଳରେ ଏକ ପଦଯାତ୍ରା କରାଯାଇଥିଲା । ଏ ସମ୍ପର୍କରେ ଅଭିଯୁକ୍ତଙ୍କ ପରିବାର ଏବଂ ରିଙ୍କୁଙ୍କ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସେହି ଦିନଠାରୁ ଅଭିଯୁକ୍ତ ରିଙ୍କୁଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲା ବୋଲି ପରିବାର ଲୋକ ଗଣମାଧ୍ୟମ ଆଗରେ କହିଛନ୍ତି ।

ଘଟଣାସ୍ଥଳରେ ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ଫୋର୍ସ ଏବଂ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ଶୁକ୍ରବାର (ଫେବୃଆରୀ 12)ରେ ମଙ୍ଗୋଲପୁରୀ ଅଞ୍ଚଳର ପରିବେଶ ଉତ୍ତେଜନାପୂର୍ଣ୍ଣ ଥିଲା ।

ରିଙ୍କୁ ଶର୍ମା ହତ୍ୟା ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଭାରତୀୟ ଜନତା ପାର୍ଟି ଦିଲ୍ଲୀର ଆମ୍ ଆଦମୀ ପାର୍ଟି (AAP) ସରକାରଙ୍କୁ ରିଙ୍କୁଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛି । ବିଜେପି କହିଛି ଯେ ପୀଡିତଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ମିଳିବା ଉଚିତ । ଦିଲ୍ଲୀ ପୋଲିସ ପକ୍ଷରୁ ପୀଡିତଙ୍କ ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଦାବି କରିଛି ବିଜେପି ।

ଏଥିସହ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ବୋଲି ଆମ୍ ଆଦମୀ ପାର୍ଟି କହିଛି । AAP ନେତା ଦୁର୍ଗେଶ ପାଠକ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଫାଶୀ ଦିଆଯାଉ ବୋଲି ଆମ ଦଳ ଦାବି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+